Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପରୀକ୍ଷା କେନ୍ଦ୍ର ପରିସରକୁ ହିଜାବ ପିନ୍ଧି ଯିବାକୁ ଅନୁମତି ଅଛି କିନ୍ତୁ ପରୀକ୍ଷା କକ୍ଷକୁ ହିଜାବ ନେଇପାରିବେ ନାହିଁ, ଏଥିପାଇଁ ଅନୁମତି ନାହିଁ-କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀଙ୍କ ବଡ଼ ବୟାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପରୀକ୍ଷା କେନ୍ଦ୍ର ପରିସରକୁ ହିଜାବ ପିନ୍ଧି ଯିବାକୁ ଅନୁମତି ଅଛି କିନ୍ତୁ ପରୀକ୍ଷା କକ୍ଷକୁ ହିଜାବ ନେଇପାରିବେ ନାହିଁ, ଏଥିପାଇଁ ଅନୁମତି ନାହିଁ-କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: କର୍ଣ୍ଣାଟକର ଶିକ୍ଷାମନ୍ତ୍ରୀ ବିସି ନାଗେଶ କର୍ଣ୍ଣାଟକ ବୋର୍ଡ ପରୀକ୍ଷା ମଧ୍ୟରେ ବଡ଼ ବୟାନ ଦେଇଛନ୍ତି । ଶିକ୍ଷା ମନ୍ତ୍ରୀ ବିସି ନାଗେଶ କହିଛନ୍ତି ହିଜାବ ପିନ୍ଧି ବୋର୍ଡ ପରୀକ୍ଷା ଦେବା ଉପରେ ପ୍ରତିବନ୍ଧକ ଜାରି ରହିବ । ମନ୍ତ୍ରୀ କହିଛନ୍ତି ସରକାର ନିୟମରେ ବୁଝାମଣା କରିପାରିବେନାହିଁ । ବୋର୍ଡ ପରୀକ୍ଷାରେ ସାମିଲ ହେଉଥିବା ଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ର ପରିସରକୁ ହିଜାବ ପିନ୍ଧି ଯିବାକୁ ଅନୁମତି ଅଛି କିନ୍ତୁ ପରୀକ୍ଷା କକ୍ଷକୁ ହିଜାବ ନେଇପାରିବେ ନାହିଁ, ଏଥିପାଇଁ ଅନୁମତି ନାହିଁ । ସୂଚନାଯୋଗ୍ୟ, ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ୯ ମାର୍ଚ୍ଚରୁ ଆରମ୍ଭ ହେଉଥିବା ପ୍ରି-ୟୁନିଭର୍ସିଟିର ଦ୍ୱିତୀୟ ବର୍ଷର ବାର୍ଷିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଡ଼ୁପୀ, ଚିକ୍କାବଲ୍ଲାପୁର, ଚାମରାଜନଗର ଏବଂ ବେଙ୍ଗାଲୁରୁର ଗ୍ରାମୀଣ ଜିଲ୍ଲାରେ ସ୍ନାତକ କଲେଜରେ କିଛି ମୁସଲିମ୍ ଛାତ୍ରୀ କଲେଜର ପ୍ରଧ୍ୟାପକଙ୍କ ଠାରୁ ହିଜାବ ପିନ୍ଧି ପରୀକ୍ଷା ଦେବା ପାଇଁ ଅନୁମତି ଦେବା ପାଇଁ ଯାଚିକା ଦାୟର କରିଥିଲେ । ଆଉ ଏହି ଅନୁରୋଧକୁ ଖାରଜ କରାଯାଇଛି । ଏହାସହ ସ୍ନାତକ କଲେଜର ଶିକ୍ଷକ ଏବଂ ଅନ୍ୟମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ନାହିଁ ବୋଲି ଯୁକ୍ତି ଦର୍ଶାଯାଇଛି । ଶିକ୍ଷାମନ୍ତ୍ରୀ ଆହୁରି କହିଛନ୍ତି ଯେହେତୁ ହିଜାବ ପ୍ରସ୍ତାବ ସୁପ୍ରିମକୋର୍ଟରେ ରହିଛି, ତେଣୁ ବାର୍ଷିକ ପରୀକ୍ଷା ସମୟରେ ହିଜାବ ଅନୁମତି ଦେବାର ପ୍ରଶ୍ନ ହିଁ ଉଠୁନି । ଏହି କାରଣରୁ ଆମେ ଏହି କଥାକୁ ଗମ୍ଭୀରତାର ସହ ନେଉନାହୁଁ ଯେ କେଉଁ ଛାତ୍ରୀ ହିଜାବ ନପିନ୍ଧିବା କାରଣରୁ ଫେଲ୍ ହେଉଛନ୍ତି । ଗତ ସପ୍ତାହରେ ପରୀକ୍ଷାରେ ହିଜାବ ପିନ୍ଧିବାକୁ ଅନୁମତି ପାଇଁ ଦୁଇ ଅନୁରୋଧ ହୋଇଥିଲା । ଯାହାକୁ ଖାରଜ କରାଯାଇଥିଲା । ଏହା ସହ ଦକ୍ଷିଣ କନ୍ନଡ଼ ଜିଲ୍ଳାର ଏକ କଲେଜ୍ର ପ୍ରଧ୍ୟାପକ କହିଛନ୍ତି ଯେ ସବୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ନିୟମର ପାଳନ କରିବା ଅନିବାର୍ଯ୍ୟ ।

Leave a Reply