Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁ ବୋଝେଇ କଣ୍ଟେନର ଜବତ ଉଦ୍ଧାର ହେଲେ ୪୮ ଗୋରୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁ ବୋଝେଇ କଣ୍ଟେନର ଜବତ ଉଦ୍ଧାର ହେଲେ ୪୮ ଗୋରୁ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ବଢ଼ିଚାଲିଛି ବେଆଇନ ଗୋ-ଚାଲାଣ । ବାରମ୍ବାର ଜବତ ପରେ ମଧ୍ୟ ଗୋ-ଚାଲାଣରେ ଲାଗୁନି ବ୍ରେକ୍ । କଣ୍ଟେନରରେ ଏହି ନିରିହ ଜୀବମାନଙ୍କୁ ଅମାନୁଷିକ ଭାବେ ଏକତ୍ର ବାନ୍ଧି ବିଭିନ୍ନ ଜାଗାକୁ ଚାଲାଣ କରୁଥିବାର ଦୃଶ୍ୟ ବିଭିନ୍ନ ସଯୟରେ ଦେଖିବାକୁ ମିଳୁଛି । ସୋମବାର ବିଳମ୍ବିତ ରାତିରେ ଜିଲ୍ଲାର ଝାରପୋଖରୀଆ ପୁଲିସ୍ ପାଟ୍ରୋଲିଂ ସମୟରେ ଏକ କଣ୍ଟେନରକୁ ଜବତ କରି ୪୮ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ୬ଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଝାରପୋଖରୀଆ ପୁଲିସ୍ । ତେବେ ଗୋରୁଗାଡ଼ିଟି କେନ୍ଦୁଝର ପଟରୁ ଆସିଥିବା ବେଳେ ଏହା ପଶ୍ଚିମବଙ୍ଗକୁ ଯାଉଥିବା ଜଣାପଡ଼ିଛି । ସମସ୍ତ ଉଦ୍ଧାର ଗୋରୁଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଚାକୁଳିଆସ୍ଥିତ ଭେନ୍ ଫାଉଣ୍ଡେସନର ଗୋଶାଳାକୁ ପଠାଇ ଦିଆଯାଇଛି । ଏଭଳି ସମ୍ବେଦନଶୀଳ ଘଟଣାକୁ ନିନ୍ଦା କରିବା ସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦାବି ହୋଇଛି ।

Leave a Reply