ଟିକାବାଲି ସ୍ୱରସ୍ୱତୀ ଶିଶୁମନ୍ଦିର ବାର୍ଷିକ ଉତ୍ସବ

ଟିକାବାଲି:କନ୍ଧମାଳ ଜିଲ୍ଲା ଟିକାବାଲି ସ୍ୱରସ୍ୱତୀ ଶିଶୁମନ୍ଦିର ବାର୍ଷିକ ଉତ୍ସବ ନୂତନ ନିର୍ମାଣଧିନ ସ୍ଥାନରେ ଅତି ଧୁମ ଧାମରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଟିକାବାଲି ବ୍ଲକ ଅଧକ୍ଷ ଦିଲ୍ଲୀପ କୁମାର କହଁର,ମୁଖ୍ୟବକ୍ତା ବିଭୁତି ଭୂଷଣ ଆଚାର୍ଯ୍ୟ, ସନମାନିତ ଅତିଥି ଲଳିତ ତେନ୍ଦୁ ପ୍ରଧାନ,ସଭାପତି ପ୍ରମୋଦ ପାଣିଗ୍ରାହୀ,ସମ୍ପାଦକ ସନ୍ତୋଷ କୁମାର ଦୋଳ ବେହେରା,ଟିକାବାଲି ସରସ୍ୱତି ଶିଶୁ ମନ୍ଦିର ଅନୁଷ୍ଠାନର ମୁଖ୍ୟ ଆଚାର୍ଯ୍ୟ ସନ୍ତୋଷ ବିଷୋୟୀ,ପ୍ରମୁଖ ନିମନ୍ତ୍ରିତ ଅତିଥି ବୃନ୍ଦ ଙ୍କୁ ପ୍ରଥମେ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ପରେ ଅନୁଷ୍ଠାନ ନଅ ଜଣ ଛାତ୍ରୀ,ମୋର୍ଯ୍ୟ ଭାନୁ ଡିଗାଲ, ସାଇଶ୍ରୀ ସାହୁ, ଆଦ୍ୟାସା ଡିଗାଲ, ବି ଜ୍ଞାନ ଦୀପକ୍ଷ ଆଚାରୀ ,ଐଶାନିକା ନାୟକ, ସୃଷ୍ଟି ସଂକଳ୍ପକ୍ଷ, ଲୋପା ମୁଦ୍ରା ଭୋଇ, ଅଲ୍ୟାସ ଭୋଇ, ପ୍ରମୁଖ ପ୍ରାରମ୍ବ ସଂଗୀତ ଗାନ କରି ଅନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲେ । ଏହି ଅବସରରେ ନିମନ୍ତ୍ରିତ ଅତିଥି ବୃନ୍ଦ ଶିକ୍ଷା ର ବିକାଶ ଏବଂ ଶିକ୍ଷାର ମାର୍ଗ କିଭଳି ଗତି ଖରିପାରିବ ମହତ୍ୱ ବିଷୟରେ ଛାତ୍ର ଛାତ୍ରୀଙ୍କୁ ଆକର୍ଷିତ କରିଥିଲେ ନିଜର ସୁ ବ୍ୟକ୍ତବ୍ୟ ମାଧମରେ ବୁଝାଇଥିଲେ । ଏହି ବାର୍ଷିକ ଉତ୍ସବରେ ଛାତ୍ର ଛାତ୍ରୀ ମାନେ ଓଡିଶୀ ନୃତ୍ୟ ଏବଂ ରଂଗାରଂଗ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଭିଭାବକ ଏବଂ ଟିକାବାଲି ଅଞ୍ଚଳ ବାସି ଖୁସି ମେନେଇଥିଲେ ।

Leave a Reply

Your email address will not be published. Required fields are marked *