ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି କେ ମିଶ୍ର, ଜାତିସଂଘ ମହାସଚିବଙ୍କ ଆହ୍ୱାନକୁ ପ୍ରତିଧ୍ୱନିତ କରିବାକୁ ଯାଇ ଅତ୍ୟଧିକ ଉତ୍ତାପକୁ ଏକ ବିଶ୍ୱ ସଙ୍କଟ ଭାବରେ ମୁକାବିଲା କରିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗତ କାଲି (୦୬ ଜୁନ୍ ୨୦୨୫) ଜେନେଭାରେ ଅତ୍ୟଧିକ ଉତ୍ତାପ ଜନିତ ବିପଦର ପରିଚାଳନା ଉପରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନ କାଳରେ ପ୍ରମୁଖ ଉଦବୋଧନ ଦେବା ଅବସରରେ ସେ ଉଲ୍ଲେଖ କରିଥିଲେ ଯେ, ବର୍ଦ୍ଧିତ ତାପମାତ୍ରା ଜନସ୍ୱାସ୍ଥ୍ୟ, ଅର୍ଥନୈତିକ ସ୍ଥିରତା ଏବଂ ପାରିବେଶିକ ନମନୀୟତା ପାଇଁ ଏକ ପଦ୍ଧତିଗତ ବିପଦ ସୃଷ୍ଟି କରୁଛି, ଏବଂ ଭାରତ ଆବଣ୍ଟିତ ଶିକ୍ଷା, ମାର୍ଗଦର୍ଶନ ଏବଂ ସହଯୋଗ ପାଇଁ ଏକ ପ୍ଲାଟଫର୍ମ ଭାବରେ ଅତ୍ୟଧିକ ଉତ୍ତାପ ଜନିତ ବିପଦ ପରିଚାଳନା ପାଇଁ ସାଧାରଣ ଢାଞ୍ଚାକୁ ଆଗକୁ ବଢ଼ାଇବା ନିମନ୍ତେ ୟୁଏନଡିଆରଆରର ପଦକ୍ଷେପକୁ ସ୍ୱାଗତ କରୁଛି।
ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଅତ୍ୟଧିକ ଉତ୍ତାପ ଜନିତ ବିପଦର ପରିଚାଳନା ପାଇଁ ଏକ ସକ୍ରିୟ ଏବଂ ଭବିଷ୍ୟଦର୍ଶୀ – ଚିନ୍ତାଧାରା ସମ୍ପନ୍ନ ଆଭିମୁଖ୍ୟ ଗ୍ରହଣ କରିଛି। ସେ ସୂଚାଇଥିଲେ ଯେ , ଭାରତ ବିପର୍ଯ୍ୟୟ ପ୍ରତିକ୍ରିୟାଠାରୁ ଆଗକୁ ବଢ଼ି ସମନ୍ୱିତ ପ୍ରସ୍ତୁତି ଏବଂ ପ୍ରଶମନ ରଣନୀତି ଆଡ଼କୁ ଗତି କରିଛି। ୨୦୧୬ ମସିହାରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ୨୦୧୯ ମସିହାରେ ସଂଶୋଧିତ ଉତ୍ତାପ ଲହରୀ ପରିଚାଳନା ଉପରେ ବ୍ୟାପକ ଜାତୀୟ ନିର୍ଦ୍ଦେଶାବଳୀ ବିକଶିତ କରିଛି, ଯାହା ବିକେନ୍ଦ୍ରୀକୃତ ଉତ୍ତାପ କାର୍ଯ୍ୟ ଯୋଜନା (ଏଚଏପି) ପାଇଁ ମୂଳଦୁଆ ସ୍ଥାପନ କରିଥିଲା।
ସେ ଏ କ୍ଷେତ୍ରରେ ଅହମ୍ମଦାବାଦ ଉତ୍ତାପ କାର୍ଯ୍ୟ ଯୋଜନାର ଅଗ୍ରଗଣ୍ୟତାକୁ ସ୍ୱୀକାର କରିଥିଲେ, ଯାହା କିପରି ପ୍ରାରମ୍ଭିକ ଚେତାବନୀ, ଆନ୍ତଃ – ଏଜେନ୍ସି ସମନ୍ୱୟ ଏବଂ ଜନଗୋଷ୍ଠୀଙ୍କ ନିକଟରେ ପହଞ୍ଚ ଏହି ବିପଦରୁ ଅନେକ ସଂଖ୍ୟକ ଜୀବନକୁ ରକ୍ଷା କରି ପାରିବ ତାହା ପ୍ରଦର୍ଶନ କରିଥିଲା ।
“୨୩ଟି ଉତ୍ତାପ – ପ୍ରବଣ ରାଜ୍ୟର ୨୫୦ରୁ ଅଧିକ ସହର ଏବଂ ଜିଲ୍ଲାରେ ଏନଡିଏମଏର ପରାମର୍ଶଦାତା, ବୈଷୟିକ ଏବଂ ସଂସ୍ଥାଗତ ବ୍ୟବସ୍ଥା ଦ୍ୱାରା ସମର୍ଥିତ କାର୍ଯ୍ୟକ୍ଷମ ଉତ୍ତାପ କାର୍ଯ୍ୟ ଯୋଜନା ରହିଛି’ ବୋଲି ପ୍ରମୁଖ ସଚିବ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ସୁଦୃଢ଼ ନିରୀକ୍ଷଣ ବ୍ୟବସ୍ଥା, ହସ୍ପିଟାଲ ପ୍ରସ୍ତୁତି ଏବଂ ସଚେତନତା ଅଭିଯାନ ଦ୍ୱାରା ଉତ୍ତାପ ଲହରୀ – ସମ୍ବନ୍ଧିତ ମୃତ୍ୟୁହାର ଉଲ୍ଲେଖନୀୟ ଭାବରେ ହ୍ରାସ ପାଇଛି।