Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅନ୍ଧାରରେ ରାଷ୍ଟ୍ରପତିଙ୍କ ଭାଷଣ ପ୍ରସଙ୍ଗ ମହାରାଜାଙ୍କ ପ୍ରତିମୂର୍ତ୍ତି ତଳେ ନୀରବ ପ୍ରତିବାଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅନ୍ଧାରରେ ରାଷ୍ଟ୍ରପତିଙ୍କ ଭାଷଣ ପ୍ରସଙ୍ଗ ମହାରାଜାଙ୍କ ପ୍ରତିମୂର୍ତ୍ତି ତଳେ ନୀରବ ପ୍ରତିବାଦ

ବାରିପଦା : ସାରା ଭାରତ ବଷର୍ର ଗର୍ବ ଓ ଗୌରବ ମୟୁରଭଞ୍ଜ ମାଟିର କନ୍ୟା ମହାମହିମ ରାଷ୍ଟ୍ର ପତି ଦ୍ରୌପଦୀ ମୁର୍ମୁ ଗତ ୬ ତାରିଖ ଦିନ ବାରିପଦାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବା ସମୟରେ ଦୀର୍ଘ ୯ମିନିଟ ଧରି ବିଦ୍ୟୁତ ବିଭ୍ରାଟ ଯୋଗୁ ମହାମହିମ ଅନ୍ଧାରରେ ଭାଷଣ ଦେବା ଘଟଣା ଧୀରେ ଧୀରେ ଜଟିଳ ରୂପ ଧାରଣ କରୁଛି । ଏହା ଏକ ସମ୍ବେଦନଶିଳ ଏବଂ ଲଜ୍ଜାଜନକ ଘଟଣା ହୋଇଥିବାରୁ ଏବଂ ଏଥିପାଇଁ ରାଜ୍ୟସରକାର କୌଣସି ଠୋସ ପଦେକ୍ଷପ ନେଇ ନଥିବାରୁ ଆଜି ଅପରାହ୍ନରେ ମୟୂରଭଞ୍ଜ ନାଗରିକ ମଞ୍ଚ ତରଫରୁ ଜିଲ୍ଲପାଳ ଙ୍କ ଅଫିସ ପରିସରରେ ଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜେଦଓଙ୍କ ପ୍ରତିମୂର୍ତ୍ତି ତେଳ ମୁହଁ ରେ କଳା କପଡ଼ା ବାନ୍ଧି ନୀରବ ପ୍ରତିବାଦ ପ୍ରଦଶର୍ନ କରିଛନ୍ତି । ନାଗରିକ ସମାଜର ଅଭିଯୋଗ ମୁତାବକ ମହାମହିମ ରାଷ୍ଟ୍ରପତିଙ୍କ କାଯର୍କ୍ରମକୁ ନିହାତି ଖାମଖିଆଲି ଭୋବ ମୟୁରଭଞ୍ଜ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଏବଂ ବିଶ୍ୱବିଦ୍ୟାଳୟ କୁଳପତି ପରିଚାଳନା କରିଥିଲେ । ପୁଣି ରାଇରଙ୍ଗପୁର ଠାରେ ରାଜ୍ୟର ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ରାଷ୍ଟ୍ରପତିଙ୍କ ସହ ମଞ୍ଚରେ ବସିଥିବା ବେଳେ ଗୋଡ଼ ଉପରେ ଗୋଡ଼ ଲଦି ବସିବା ଘଟଣାରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏଣୁ ମୟୁରଭଞ୍ଜ ଜିଲ୍ଲପାଳ, ଏସପି, ବିଶ୍ୱବିଦ୍ୟାଳୟର କୁଳପତି ଏବଂ ଖଣି ମନ୍ତ୍ରୀଙ୍କ ବିରୋଧରେ ରାଜ୍ୟ ସରକାର କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବହିଷ୍କାର କରିବାକୁ ଦାବିକରି ସନ୍ଧ୍ୟା ୫.୩୦ ରୁ ୭.୩୦ ପର୍ଯ୍ୟନ୍ତ ୨ ଘଣ୍ଟା ଧରି ନାଗରିକ ସମାଜ ତଥା ବିଭିନ୍ନ ଅନୁଷ୍ଠାନର ଶତାଧିକ ବ୍ୟକ୍ତି ମହାରାଜାଙ୍କ ପ୍ରତିମୂର୍ତ୍ତି ତଳେ ମୁହଁରେ କଳା କପଡ଼ା ବାନ୍ଧି ନୀରବ ପ୍ରତିବାଦ କରି ଧାରଣାରେ ବସିଥିଲେ ।

Leave a Reply