Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ କିସାନ ସଂଘର ପାଞ୍ଚ ଦଫା ଦାବିପତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ କିସାନ ସଂଘର ପାଞ୍ଚ ଦଫା ଦାବିପତ୍ର

ବରଗଡ଼ : ଗତ ସୋମବାର ଦିନ ଭାରତୀୟ କିଶାନ ସଂଘର ସଭାପତି ପିତାମ୍ବର ସାହୁ ସମ୍ପାଦକ ସୁଶାନ୍ତ ଗଡତିଆଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଚାଷୀ ପାଞ୍ଚ ଦଫା ସମ୍ବଳିତ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ଅର୍ପଣ କରିଥିଲେ । ମୁଖ୍ୟତଃ ଗଭୀର ନଳକୂପ ଖନନ କରିଥିବା ଚାଷୀଙ୍କ ଠାରୁ ଚାଷ କରୁଥିବା ଜମି କୁ ୨୪ ଘଣ୍ଟା ବିଜୁଳି ଶକ୍ତି ପ୍ରଦାନ, ପୁରୁଣା ବିଜୁଳି ବିଲ ଆଦାୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇ ପୂର୍ବ ନିର୍ଦ୍ଧାରିତ ପତ୍ର ଅନୁଶାରେ ମାସକୁ ୫୦୦/- ଟଙ୍କା ଆଦାୟ କରିବାସହ ଚାଷୀଙ୍କୁ ଅଯଥା ହଇରାଣ କରା ନଯାଉ, ଟାଟା ପାୱାର ବିଦୁ୍ୟତ କମ୍ପାନୀ ଚାଷୀମାନଙ୍କୁ ଧାନ କାର୍ଡ ଦେବାରେ ପ୍ରତିବନ୍ଧକ ସାଜିଥିବାରୁ ଏହି ଅଗଣତାନ୍ତ୍ରିକ ହସ୍ତକ୍ଷେପରୁ ନିବୃତ୍ତ ରହିବାକୁ ନିଦେ୍ର୍ଦଶ ଦିଆଯାଉ, ବରଗଡ଼ ସୂତାକଳ ଓ ଚିନି କାରଖାନାକୁ ତୁରନ୍ତ ଚାଲୁ କରାଯାଇ କପା ଚାଷୀ ଓ ଆଖୁ ଚାଷୀମାନଙ୍କୁ ସ୍ୱାବଳମ୍ବୀ କରିବାକୁ ପ୍ରୋତ୍ସାହିତ କରାଯାଉ,ଏବଂ ପନିପରିବା ଓ ଫଳ ଉତ୍ପାଦନ କରି ବରଗଡ଼ ଜିଲ୍ଲାର ଚାଷୀ ତାକୁ ସୁରକ୍ଷିତ ରଖିବାର ବ୍ୟବସ୍ଥା କରି ପାରୁନଥିବାରୁ ଅଯଥା ଫସଲ ନଷ୍ଟ ହୋଇ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ଏଣୁ ଯଥାଶୀଘ୍ର ସରକାରୀ ସ୍ତରରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବାକୁ ଦାବି କରାଯାଇଛି । ଶିଘ୍ର ଉକ୍ତ ଦାବି ଗୁଡ଼ିକ ପୁରଣ କରାନଗଲେ ଭାରତୀୟ କିସାନ ସଂଘ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ଭାରତୀୟ କିଶାନ ସଂଘର କେନ୍ଦ୍ରିୟ ସଦଶ୍ୟ କେଦାର ମିଶ୍ର, ରକ୍ଷାକାରୀ ବିଶି, ବିଜୟ ମେହେର, ବଳରାମ ମେହେର, ସମ୍ପାଦକ ସୁଶାନ୍ତ ଗଡତିଆ, ଗଙ୍ଗା ପୂଜାରୀ, ସୋମନାଥ ଭୋଇ, ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply