Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବସ୍ତାନି ବଡ, ପାଠ କମ୍’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବସ୍ତାନି ବଡ, ପାଠ କମ୍’


ଭୁବନେଶ୍ୱର: ସଠିକ୍ ଆକଳନ ଜଣା ନଥିବା ରାଜ୍ୟ ସରକାର କେବଳ ସ୍ୱପ୍ନ ଦେଖିବାରେ ବ୍ୟସ୍ତ ରହି ରାଜ୍ୟବାସୀଙ୍କୁ ଗୋଟିଏ ପରେ ଗୋଟିଏ ଗୋଲାପୀ ସ୍ୱପ୍ନ ଦେଖାଇ ଚାଲିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଗତକାଲି ରାଜ୍ୟ ସରକାର ଉପସା୍ଥପିତ କରିଥିବା ବଜେଟରେ ଏହା ପୁଣି ଥରେ ପ୍ରତିଫଳିତ ହୋଇଛି । ସଂପୂର୍ଣ୍ଣ ବଜେଟ୍କୁ ଅନୁଧ୍ୟାନ କଲେ, ଏହା “ବସ୍ତାନି ବଡ, ପାଠ କମ୍” ସଦୃଶ ଅଟେ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
ଫେବୃଆରୀ ୨୫ ତାରିଖ ଦିନ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ମିଛ କଥା କହି ରାଜ୍ୟବାସୀଙ୍କୁ ସୁନେଲୀ ସ୍ୱପ୍ନ ଦେଖାଉଥିବା ରାଜ୍ୟ ସରକାର ପ୍ରତି ବର୍ଷ ବଜେଟର ଅକାର ବଢେଇ ବଢେଇ ଚାଲିଛନ୍ତି ସତ, ମାତ୍ର ବର୍ଷ ଶେଷକୁ ୧୭ ପ୍ରତିଶତରୁ ୩୯ ପ୍ରତିଶତ ପର୍ଯ୍ୟନ୍ତ ଖର୍ଚ୍ଚ କରିବାରେ ବିଫଳ ହେଉଛନ୍ତି । ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ଆକଳନ ହୋଇଥିବା ବଜେଟରୁ ୯୯,୬୯୬ କୋଟି ଟଙ୍କା ଖର୍ଚ୍ଚ ହୋଇ ନପାରିବା ରାଜ୍ୟ ସରକାରଙ୍କ ଦୁର୍ବଳ ଆର୍ଥୀକ ପରିଚାଳନାକୁ ପ୍ରମାଣିତ କରୁଛି । ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଓ ନିଯୁକ୍ତି କ୍ଷେତ୍ରରେ ବଜେଟରେ ବ୍ୟୟବରାଦ ଓ ଗ୍ରାଉଣ୍ଡ ଜିରୋରେ ବାସ୍ତବିକତା ଭିତରେ ଆକାଶ ପାତାଳ ଫରକ ଅଛି । କେନ୍ଦ୍ର ସରକାରଙ୍କ ଅଂଶଧନ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଏହି ବଜେଟ । ରାଜ୍ୟ ସରକାରଙ୍କ ନିଜସ୍ୱ ରୋଜଗାର ୧,୦୫,୫୦୦କୋଟି, ଯାହା ଦରମା ଓ ପେନସନ ବାବଦରେ ଖର୍ଚ୍ଚ ହୋଇଯାଉଛି । ଓଡ଼ିଶାର ମୋଟ ରାଜସ୍ୱରେ କେନ୍ଦ୍ରୀୟ ଟିକସ ୩୬,୯୭୮କୋଟିରୁ ୪୬,୨୫୧କୋଟି ଟଙ୍କାକୁ ବୃ୍ଦ୍ଧି ପାଇଛି । ଏହା ସହ କେନ୍ଦ୍ରୀୟ ଅନୁଦାନ ବାବଦରେ ୩୨,୭୪୯କୋଟି ଟଙ୍କା ଓଡ଼ିଶାକୁ ମିଳିଛି । ରାଜ୍ୟ ରାଜସ୍ୱ ପ୍ରାପ୍ତିର ମୋଟ ୧,୮୪,୫୦୦କୋଟି ଟଙ୍କାରୁ ପାଖାପାଖି ୭୯,୦୦୦ କୋଟି ଟଙ୍କା ହେଉଛି କେନ୍ଦ୍ରର ଅବଦାନ । ସେହିପରି ମିଶନ ଶକ୍ତି, ପିଇବା ପାଣି, ପକ୍କାଘର ନିର୍ମାଣ, ଭିତିଭୁମି ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ବଜେଟରେ ବ୍ୟୟବରାଦ ହୋଇଥିବା ସମସ୍ତ ଅନୁଦାନ କେନ୍ଦ୍ର ସରକାରଙ୍କର । ଜଳଜୀବନ ମିଶନ ପାଇଁ ୫୭୫୦ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୯୩୪ କୋଟି, ଭିତିଭୁମି ନିର୍ମାଣ ପାଇଁ ୧୯୪୫୨ କୋଟି ଟଙ୍କା ହେଉଛି କେନ୍ଦ୍ରୀୟ ଅନୁଦାନ ଓ ଯୋଜନାର ଅଂଶସ୍ୱରୁପ । ରାଜ୍ୟରେ ଶିଳ୍ପ କ୍ଷେତ୍ର ପ୍ରାୟ ସୁପ୍ତାବସ୍ଥାରେ; ନିଯୁକ୍ତି ସୃଷ୍ଟି ଶୂନ୍ୟ, ଭିତିଭୁମି ବିକାଶ ପାଇଁ କୈାଣସି ଯୋଜନା ନଥିବାବେଳେ କେଉଁ ଆଧାରରେ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ରହିବ ? ମୁଣ୍ଡ ପିଛା ଆୟ ବୃଦ୍ଧି ପାଉଛି ବୋଲି କହୁଥିବାବେଳେ ରାଜ୍ୟରେ ଦାରିଦ୍ର୍ୟ କାହିଁକି ହ୍ରାସ ପାଉନାହିଁ । ବିଗତ ବର୍ଷରେ ରାଜ୍ୟ ଆବଶ୍ୟକ ବ୍ୟୟକୁ ଭରଣା କରିବା ପାଇଁ ୨୪,୫୮୯କୋଟି ଟଙ୍କାର ଋଣ କରିଥିଲେ, ଯାହା ଚଳିତ ବର୍ଷ ବୃଦ୍ଧି ପାଇ ୩୩,୬୩୦କୋଟି ଟଙ୍କା ହୋଇଛି । ରାଜ୍ୟରେ ମୁଣ୍ଡପିଛା ଋଣଭାର ୨୨,୦୪୨ ଟଙ୍କା ଥିଲାବେଳେ, ରାଜ୍ୟ ସରକାର କରୁଥିବା ବହୁଳ ଋଣ ଓଡ଼ିଶାବାସୀଙ୍କୁ ଋଣଗ୍ରସ୍ତ କରିଚାଲିବ । ରାଜ୍ୟର ଋଣଭାର ୧.୧୨ଲକ୍ଷ କୋଟି ଟଙ୍କାରେ ପଂହଚିଛି, ଯାହା ଚିନ୍ତାର ବିଷୟ ଏବଂ ରାଜ୍ୟ ପାଇଁ ଆଦୌ ଶୁଭଙ୍କର ନୁହେଁ । ରାଜ୍ୟ ସରକାର ୨୦୦୦-୦୧ ଆର୍ଥôକ ବର୍ଷ ପାଇଁ ୩୫୦୦ କୋଟି ଟଙ୍କାର ବଜେଟ୍ ଖର୍ଚ୍ଚ ଆକଳନ କରିଥିବାବେଳେ ୨୦୨୩-୨୪ ଆର୍ଥôକ ବର୍ଷ ପାଇଁ ୧.୨୫ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହା ୨୦୦୦-୨୧ ମସିହା ତୁଳନାରେ ୩୫ଗୁଣା ଅଧିକ । ବଜେଟ୍ରେ ଖର୍ଚ୍ଚ ବଢ଼ିଥିଲେ ମଧ୍ୟ ଜାତୀୟ ହାର ୧.୭୦ଲକ୍ଷ ତୁଳନାରେ ଓଡିଶାର ମୁଣ୍ଡପିଛା ଆୟ ୧.୫୦ଲକ୍ଷ ଟଙ୍କା ରହିଛି । ଜାତୀୟ ହାର ୨୨.୫ପ୍ରତିଶତ ଥିବା ସମୟରେ ଓଡ଼ିଶାର ୨୯.୫ପ୍ରତିଶତ ଜନସାଧାରଣ ଏବେ ବି ଗରିବ ଅଛନ୍ତି । ଟିକସ ଦାତାଙ୍କ ପଇସାକୁ କିଭଳି ଭାବରେ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାପକ ଅବ୍ୟବସ୍ଥା କରାଯାଉଛି, ତାହା ବଜେଟରେ ପ୍ରତିଫଳିତ ହୋଇଛି । ବାସ୍ତବରେ ବଜେଟ୍ରେ କୌଣସି ନୂତନତ୍ୱ ନାହିଁ । ନୂତନତ୍ୱ ନାଁରେ ଯେଉଁ କେତେକ ନୂଆ ଯୋଜନା ସୃଷ୍ଟି କରାଯାଇଛି, ତାହା କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡପ କରାଯାଇ ଲୋକଙ୍କୁ ଭ୍ରମିତ କରିବା ଉଦେ୍ଦଶ୍ୟରେ କରାଯାଇଛି ।

Leave a Reply