Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବହୁ ଚର୍ଚ୍ଚିତ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ଘଟଣାରେ ଦେଶଦ୍ରୋହ ମାମଲା ରୁଜୁ କଲା ପୋଲିସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବହୁ ଚର୍ଚ୍ଚିତ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ଘଟଣାରେ ଦେଶଦ୍ରୋହ ମାମଲା ରୁଜୁ କଲା ପୋଲିସ


ବାଲେଶ୍ୱର: ବହୁ ଚର୍ଚ୍ଚିତ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ଘଟଣାରେ ଫେବୃୟାରୀ ୨୪ ତାରିଖ ଦିନ ପୋଲିସ ଗିରଫ କରିଥିବା ଆଇଟିଆର୍ର ବୈଷୟିକ ଅଧିକାରୀ ବାବୁରାମ ଦେଓଙ୍କୁ ପୋଲିସ ୪ ଦିନିଆ ରିମାଣ୍ଡରେ ନେଇଛି । ଏଥିନେଇ ବାଲେଶ୍ୱର ଏସ୍ଡିଜେଏମ୍ ଅନୁମତି ପ୍ରଦାନ କରିଛନ୍ତି । ପୋଲିସ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ ଅଦାଲତ ୪ ଦିନର ଅନୁମତି ଦେଇଛନ୍ତି । ରିମାଣ୍ଡ ବେଳେ ପୂର୍ବରୁ ଅଟକ ଥିବା ୭ ଜଣଙ୍କ ସହିତ ବାବୁରାମଙ୍କୁ ମୁହାଁମୁହିଁ ଜେରା କରାଯିବ ବୋଲି ପୋଲିସ ସୂଚନା ଦେଇଛି । ପାକିସ୍ତାନର ରାଓଲପିଣ୍ଡିରେ ଥିବା ଜଣେ ଯୁବତୀଙ୍କ ସହ ହନିଟ୍ରାପ୍ରେ ଫସି ବାବୁରାମ ଗୁପ୍ତ ତଥ୍ୟ ଯୋଗାଇ ଥିବାର ପ୍ରମାଣ ମିଳିଛି । ଏହି ଅଭିଯୋଗରେ ଶୁକ୍ରବାର ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା । ହନିଟ୍ରାପ୍ ମାଧ୍ୟମରେ କେତେ ତଥ୍ୟ ପ୍ରଦାନ କରାଯାଇଛି ଓ ଏ ବାବଦରେ ବାବୁରାମ କେତେ ଟଙ୍କା ପାଇଛନ୍ତି ତଥା ଅନ୍ୟ କ’ଣ ସୁବିଧା ହାସଲ କରିଛନ୍ତି ସେନେଇ ମଧ୍ୟ ଖୋଳତାଡ଼ କରାଯିବ । ଏହି ନେଟୱାର୍କରେ ଆଉ କିଏ ସାମିଲ ଅଛନ୍ତି ସେ ନେଇ ମଧ୍ୟ ଅନୁଧ୍ୟାନ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଏହି ଘଟଣାରେ ଅନ୍ୟ ୪ ଜଣ ସ୍ଥାୟୀ କର୍ମଚାରୀ ଓ ୩ ଜଣ ଠିକା କର୍ମଚାରୀଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ସୂଚନାଯୋଗ୍ୟ ଯେ ଶୁକ୍ରବାର ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗରେ ବାବୁରାମଙ୍କୁ ଗିରଫ କରାଯାଇଥିବା ନେଇ ବାଲେଶ୍ୱର ଏସ୍ପି ସାଗରିକା ନାଥ ସୂଚନା ଦେଇଥିଲେ ।

Leave a Reply