Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିବିସି ଏକ ଅପପ୍ରଚାର ମେସିନ୍ ଅନେକ ଦେଶରେ ଦୁର୍ନାମ ଅର୍ଜିସାରିଲାଣି : ଚୀନ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିବିସି ଏକ ଅପପ୍ରଚାର ମେସିନ୍ ଅନେକ ଦେଶରେ ଦୁର୍ନାମ ଅର୍ଜିସାରିଲାଣି : ଚୀନ୍


ବେଜିଂ : ଚୀନ୍ କମ୍ୟୁନିଷ୍ଟ ପାର୍ଟି ତଥା ସରକାରଙ୍କ ମୁଖପତ୍ର ଭାରତର ଆୟକର ଅଧିକାରୀମାନଙ୍କ ଦ୍ୱାରା ବ୍ରିଟିସ ବ୍ରୋଡକାଷ୍ଟିଂ କର୍ପୋରେସନ (ବିବିସି)ର ଦିଲ୍ଲୀ ଓ ମୁମ୍ୱାଇ କାର୍ଯ୍ୟାଳୟ ଉପରେ ଚଢ଼ଉର ସମର୍ଥନ କରାଯାଇଛି । ଏହାର ସମ୍ପାଦକୀୟରେ ବିବିସିକୁ ଏକ “ଅପପ୍ରଚାର ମେସିନ୍’ ବୋଲି କୁହାଯାଇଛି । ବିବିସିର ଟିକସ ଠକେଇ ଅଭିଯୋଗ ଉପରେ ଆଇଟି ସର୍ଭେର କିଛିଦିନ ପରେ “ଦ ଗ୍ଲୋବାଲ ଟାଇମ୍ସ’ରେ ଏଭଳି ମତ ପ୍ରକାଶ ପାଇଛି । ଏହି ଟାବ୍ଲଏଡ୍ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ଖବରକଗଜ “ଦ ପିପୁଲ୍ସ ଡେଲି’ ତରଫରୁ ପ୍ରକାଶ ପାଇଥାଏ । ଏଥିରେ ବିବିସିର ସାମ୍ୱାଦିକତା ଶୈଳୀ ଉପରେ ପ୍ରଶ୍ନ ଉଠାଯାଇଛି । ଏଥିରେ ଲେଖାଯାଇଛି, ବିବିସି ଏକ ପାଶ୍ଚାତ୍ୟ ମିଡ଼ିଆ ସଂସ୍ଥା । ଏହା ନିଜକୁ ବସ୍ତୁନିଷ୍ଠ ଓ ସତ୍ୟନିଷ୍ଠ ବୋଲି ଦାବି କରିଥାଏ । କିନ୍ତୁ ଏହା ବାସ୍ତବରେ ସତ୍ୟ ରିପୋର୍ଟିଂ କରେ ନାହିଁ ବରଂ ଏହା “ଓପିନିୟନ ଜର୍ନାଲିଜିମ୍’ କରୁଛି । ଏହା ଏକ ପ୍ରୋପାଗଣ୍ଡା ମେସିନ ଯାହା ପାଶ୍ଚାତ୍ୟ ଆଦର୍ଶର ହିଁ ପ୍ରଚାର କରୁଛି ଏବଂ ଅନ୍ୟରାଷ୍ଟ୍ରକୁ ଗୌଣ ଦେଖାଇବାକୁ ଅପପ୍ରଚାର ମେସିନ୍ ପାଲଟିଯାଇଛି । ଇଂଲଣ୍ଡକୁ ସମାଲୋଚନା କରି ଗ୍ଲୋବାଲ ଟାଇମ୍ସ ଲେଖିଛି, ବ୍ରିଟିସ ରାଜନେତାମାନେ ବିବିସିକୁ ଜାତୀୟ ସମ୍ପଦ କହି ଗର୍ବ କରୁଛନ୍ତି । କିନ୍ତୁ ଏହି ପ୍ରୋପାଗଣ୍ଡା ମେସିନ ଅନେକ ଦେଶରେ ଦୁର୍ନାମ ଅର୍ଜିସାରିଲାଣି । ପାଶ୍ଚାତ୍ୟ ଦେଶଗୁଡ଼ିକ ଆଦର୍ଶ ମାନଦଣ୍ଡ ଓ ମୂଲ୍ୟବୋଧ ଆପଣାଇଛନ୍ତି । ଅନ୍ୟ କୌଣସି ଦେଶର ଯାହାକିଛି ସେହି ମାନଦଣ୍ଡରେ ନ ପଡ଼ିଲେ ତାକୁ ସେମାନେ ନିଷିଦ୍ଧ କରୁଛନ୍ତି । ସେମାନେ ନିଜକୁ ବଡ଼ ବୋଲି ଭାବୁଛନ୍ତି ଓ ଅନ୍ୟମାନଙ୍କୁ ଛୋଟ ନଜରରେ ଦେଖୁଛନ୍ତି ।

Leave a Reply