Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନ ଦଖଲ ଯୋଜନାରେ ତାଲିବାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନ ଦଖଲ ଯୋଜନାରେ ତାଲିବାନ

ଇସଲାମାବାଦ: ପାକିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତାଲିବାନ ଆତଙ୍କବାଦୀମାନେ ପାକିସ୍ତାନର ବିଭିନ୍ନ ସ୍ଥାନରେ ନିୟମିତ ହିଂସାକାଣ୍ଡ ଘଟାଇ ଅସ୍ଥିରତା ସୃଷ୍ଟି କରିଚାଲିଛନ୍ତି । ଗୋଟିଏ ପଟେ ପାକିସ୍ତାନ ଆର୍ଥôକ ଦୁଃସ୍ଥିତି ଦେଇ ଗତି କରୁଥିବାବେଳେ ତାଲିବାନଙ୍କ ଆତଙ୍କ ଦେଶବାସୀଙ୍କୁ ଅତିଷ୍ଠ କରିଛି । ପାକିସ୍ତାନରେ ଆତଙ୍କ ଘଟାଇ ଚାଲିଥିବା ତାଲିବାନ ସଂଗଠନ (ଟିଟିପି) ନାମରେ ପରିଚିତ । ଆଫଗାନିସ୍ତାନରେ କ୍ଷମତାସୀନ ତାଲିବାନ ସଂଗଠନର ଏହା ହେଉଛି ଏକ ଶାଖା । ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ତାଲିବାନମାନେ ଏବେ ପାକିସ୍ତାନକୁ ଅଧିକାର କରିବାର ଯୋଜନା କରିଛନ୍ତି । ଏଥିପାଇଁ ଅଧିକରୁ ଅଧିକ ସଂଖ୍ୟକ ତାଲିବାନ ଆତଙ୍କବାଦୀ ପାକିସ୍ତାନ ସୀମାକୁ ଅନୁପ୍ରବେଶ କରିବାରେ ଲାଗିଛନ୍ତି । ଅସ୍ତ୍ରଶସ୍ତ୍ର ସହିତ ତାଲିବାନ ଆତଙ୍କବାଦୀଙ୍କ ଅନୁପ୍ରବେଶର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଆଫଗାନିସ୍ତାନରୁ ଶହଶହ ତାଲିବାନ ଆତଙ୍କବାଦୀ ପାକିସ୍ତାନ ସୀମାକୁ ଅନୁପ୍ରବେଶ କରିବାରେ ଲାଗିଛନ୍ତି । ସେମାନେ ନିଜକୁ ତେହରିକ ଇ ତାଲିବାନ ପାକିସ୍ତାନର ସଂଗ୍ରାମୀ ବୋଲି ଘୋଷଣା କରିଛନ୍ତି । ତାଲିବାନ ସଂଗଠନ କହିଛି ଯେ ପାକିସ୍ତାନ ଏବେ ଆଲ୍ଲାଙ୍କ ଶାସନକୁ ଆଉ ଅନୁସରଣ କରୁ ନାହିଁ । ତେଣୁ ପାକିସ୍ତାନକୁ ଅକ୍ତିଆର କରି ଏଠାରେ ଆଲ୍ଲାଙ୍କ ଶାସନ ପ୍ରତିଷ୍ଠା କରିବାକୁ ତାଲିବାନ ଯୋଜନା କରିଛି । ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ପାକିସ୍ତାନ ସରକାର ଶାନ୍ତି କଥାବାର୍ତ୍ତା କରିବାକୁ ପ୍ରସ୍ତାବ ଦେଇଛି । ମାତ୍ର ତାଲିବାନ କହିଛି ଯେ ପାକିସ୍ତାନ ଜେଲ୍?ରେ ବନ୍ଦୀ ଥିବା ଏହାର ସଦସ୍ୟଙ୍କୁ ମୁକ୍ତ କରାଯିବା ପରେ ଶାନ୍ତି ଆଲୋଚନା କରାଯିବ । ନିକଟରେ ତାଲିବାନ ଆତଙ୍କବାଦୀମାନେ ପାକିସ୍ତାନର ଏକ ମସଜିଦରେ ବିସ୍ଫୋରଣ ଘଟାଇଥିଲେ । ଏଥିରେ ଶତାଧିକ ପ୍ରାଣ ହରାଇଥିଲେ ।

Leave a Reply