Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନକୁ ଆଇନା ଦେଖାଇଲେ ଜୟଶଙ୍କର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନକୁ ଆଇନା ଦେଖାଇଲେ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପାକିସ୍ତାନରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ କୌଣସି ବି ଦେଶ ଆତଙ୍କବାଦକୁ ଅସ୍ତ୍ର କରି ସମୃଦ୍ଧ ଶକ୍ତିସଂପନ୍ନ ରାଷ୍ଟ୍ର ହୋଇପାରିବ ନାହିଁ । ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏସିଆ ଅର୍ଥନୈତିକ ଡାଏଲଗ୍ରେ ଜୟଶଙ୍କର ଏହା କହିଛନ୍ତି । ପାକିସ୍ତାନ ସହ ସମ୍ପର୍କରେ ଆତଙ୍କବାଦ ଏକ ମୌଳିକ ପ୍ରସଙ୍ଗ ବୋଲି ସେ କହିଛନ୍ତି । ଆମେ ଏହାକୁ ଅସ୍ୱୀକାର କରିବା ଉଚିତ୍ ନୁହେଁ । ଚୀନ୍ ବିଷୟରେ ଜୟଶଙ୍କର କହିଛନ୍ତି ଯେ ଚୀନ୍ ସହ ଆମ ସମ୍ପର୍କର ଆର୍ଥôକ ଆହ୍ୱାନ ବାସ୍ତବିକ ଖୁବ୍ କଷ୍ଟସାଧ୍ୟ । ଚୀନ୍ ସହିତ ବାଣିଜ୍ୟ ଅସନ୍ତୁଳନର ଦାୟିତ୍ୱ କେବଳ ସରକାରଙ୍କ ନୁହେଁ ବ୍ୟବସାୟୀଙ୍କ ମଧ୍ୟ ଦାୟିତ୍ୱ ଅଟେ । ଏହାପୂର୍ବରୁ ଗୁରୁବାର ଦିନ ଅନ୍ୟ ଏକ କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ କହିଥିଲେ ଯେ ଆଜି ଭାରତର ଭାବମୂର୍ତ୍ତି ଏକ ଦେଶର ଚିତ୍ର ହୋଇପାରିଛି ଯାହା ଜାତୀୟ ସୁରକ୍ଷା ପାଇଁ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ । ପ୍ରତ୍ୟେକ ଦେଶର ନିଜସ୍ୱ ଆହ୍ୱାନ ରହିଛି ଏବଂ ଜାତୀୟ ସୁରକ୍ଷା ଅପେକ୍ଷା କୌଣସି ଆହ୍ୱାନ ସମାନ ଗୁରୁତ୍ୱପୂର୍ଣ୍ଣ ହୋଇପାରିବ ନାହିଁ । ସେ କହିଛନ୍ତି ଯେ ଭାରତ ଏପରି ଏକ ଦେଶ ଯାହାକୁ କେହି ବାହାରକୁ ଠେଲି ପାରିବେ ନାହିଁ କିମ୍ବା ଏହା ଏକ ନିର୍ଦ୍ଦିଷ୍ଟ ସୀମା ଅତିକ୍ରମ କରିବାକୁ ଅନୁମତି ଦେବ ନାହିଁ । ରୁଷ-ୟୁକ୍ରେନ ଯୁଦ୍ଧ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଏହି ଯୁଦ୍ଧ ଯୋଗୁଁ ଆମକୁ କି ପ୍ରକାର ଚାପର ସମ୍ମୁଖୀନ ହେବାକୁ ପଡ଼ିଛି । ବେଳେବେଳେ ଆମର ସ୍ୱାଧୀନ ଚିନ୍ତାଧାରା ଓ ବିଶ୍ୱାସକୁ ପରୀକ୍ଷା କରିବା ପାଇଁ ବି ଚେଷ୍ଟା କରାଯାଇଛି ।

Leave a Reply