ନୂଆଦିଲ୍ଲୀ: ଭାରତ ପରେ ଚୀନର ଶର୍ଟ ଭିଡିଓ ଆପ୍ ‘ଟିକ୍ ଟକ୍’କୁ ବ୍ୟାନ୍ କଲା ୟୁରୋପିୟନ ୟୁନିୟନ(ଇୟୁ) କମିଶନ । ଗୁରୁବାର ଇୟୁ ଏହି ବ୍ୟାନ୍ ଲଗାଇଛି । କର୍ପୋରେଟ୍ ଫୋନ୍ରେ ଟିକ୍ଟକ୍କୁ ବ୍ୟବହାର କରିବାକୁ ବ୍ୟାନ୍ କରିଛି ଇୟୁ । ସାଇବର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଦେ୍ର୍ଦଶ ଦିଆଯାଇଛି ବୋଲି ୟୁରୋପିୟ ୟୁନିୟନ ଉଦ୍ୟୋଗ ମୁଖ୍ୟ ଥିଏରୀ ବ୍ରେଟୋନ୍ ସୂଚନା ଦେଇଛନ୍ତି ।