Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତକୁ କେହିନୂର ଫେରାଅ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତକୁ କେହିନୂର ଫେରାଅ

ନୂଆଦିଲ୍ଲୀ: କୋହିନୂର ହୀରା ଭାରତକୁ ଫେରସ୍ତ ଦିଆଯିବା ଉଚିତ ବୋଲି କି, ବୋଲି ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା ନରିନ୍ଦର କୌର ଏବଂ ‘ଜି.ବି. ନିଉଜ୍’ର ସାମ୍ବାଦିକା ଇମ୍ମା ୱେବ୍ କରିଥିବା ବିତର୍କ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି । ଏହି ପ୍ରସଙ୍ଗକୁ ଭିତ୍ତି କରି ଦୁଇ ସାମ୍ବାଦିକାଙ୍କ ମଧ୍ୟରେ ଯୁକ୍ତି ପ୍ରବଳ ହୋଇଥିଲା । ଭାରତର ସ୍ୱାଧୀନତା ସଂଗ୍ରାମ ବେଳେ ବ୍ରିଟିସ୍ ନେଇ ଆସିଥିବା ଉକ୍ତ ହୀରା ଉପର ଭାରତର ଅଧିକାର ଅଛି ବୋଲି କୌର ଦାବି କରିଥିଲେ । ଅନୁମତି ବା ସମ୍ମତିକ୍ରମେ ଏହାକୁ ହାସଲ କରାଯାଇଥିବା କଥା ସାମ୍ବାଦିକା ୱେବ୍ କହିବାରୁ ନରିନ୍ଦର କହିଲେ, ଆପଣ ଇତିହାସ ଜାଣନ୍ତି ନାହିଁ । ଏହି ହୀରା ଉପନିବେଶବାଦ ଓ ରକ୍ତପାତର ପ୍ରତିନିଧିତ୍ୱ କରୁଛି । ଏହାକୁ ଭାରତକୁ ଫେରାଇ ଦିଅ । ଏହି ହୀରାକୁ ଦେଖିବା ପାଇଁ ଜଣେ ଭାରତୀୟ ପିଲା କାହିଁକି ସୁଦୂର ଇଂଲଣ୍ଡ୍କୁ ଆସିବ । ପୁଣି, ଏହାକୁ ଦେଖିବାକୁ ପଇସା ଦେବ । ୱେବ୍ କହିଥିଲେ, ସେତେବେଳରକାର ଶାସକ ମଧ୍ୟ ଲାହୋରର ଶାସକ ଥିଲେ ଏବଂ ପାକିସ୍ତାନ ମଧ୍ୟ ଏହି ହୀରାକୁ ପାଇବାକୁ ଦାବି କରିବ ଏହାକୁ ସେମାନେ ପାରସ୍ୟ ସାମ୍ରାଜ୍ୟରୁ ଚୋରାଇ ଆଣିଥିଲେ । ପାରସ୍ୟ ସାମାଜ୍ୟ ମଧ୍ୟ ମୋଗଲ୍ ସାମ୍ରାଜ୍ୟ ଆକ୍ରମଣ କରିଥିଲେ, ତେଣୁ ଏହା ଅନୁମତି ବା ସମ୍ମତିକ୍ରମେ ମିଳିଥିବା ସାମଗ୍ରୀ । ପରେ ନରିନ୍ଦର ଟୁଇଟ୍ କରି କହିଲେ ଯେ, କୋହିନୂର ହୀରା ଭାରତରୁ ମିଳିଥିଲା ଓ ଭାରତରେ ଖୋଦେଇ କରାଯାଇଥିଲା । ତେଣୁ, ଏହାକୁ ଭାରତ ସରକାରଙ୍କୁ ଫେରସ୍ତ କରାଯିବା ଉଚିତ ।

Leave a Reply