ଗୋରୁ ଗାଡ଼ି ଜବତ, ଚାଳକ ଅଟକ


ରାଜକନିକା, ୧୧ା୫ : ରାଜକନିକା ବ୍ଲକର ଓଳାଭର ପେଗରପଡା ଭାମଣ୍ଡା ରାସ୍ତା ଦେଇ ଯାଜପୁର ମଙ୍ଗଳପୁରକୁ ଚୋରା ଗୋରୁ ·ଲାଣ କରୁଥିବା ବେଳେ ବଜରଙ୍ଗ ଦଳ ପକ୍ଷରୁ ଭାମଣ୍ଡା ଛକରେ ଉକ୍ତ ପିକଅପ୍ ଭ୍ୟାନକୁ ଜବତ କରିବା ସହ ସେଥିରେ ଥିବା ପାଂଚ ଗୋରୁଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ତେବେ ବଜରଙ୍ଗ ଦଳର ସଦସ୍ୟ ମାନେ ଉକ୍ତ ପିକଅପ ଭ୍ୟାନ, ଗୋରୁ, ପିକଅପ ·ଳକ ଓ ଗୋରୁ ଦଲାଲକୁ ରାଜକନିକା ଥାନାରେ ଜିମା ଦେବା ସହ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି । ତେବେ ଏନେଇ ରାଜକନିକା ପୁଲିସ ତଦନ୍ତ କରୁଥିବା ଜଣାପଡିଛି । ତେବେ ଏହି ଗୋରୁ ଚୋରା ·ଲାଣରେ ସମ୍ପୃକ୍ତ ଦଲାଲ ଜଣକ ଓଳାଭର ଅଞ୍ଚଳର ବୋଲି ପୁଲିସ ସୂଚନା ଦେଇଥିବା ବେଳେ ଜବତ ପିକଅପ ଭ୍ୟାନ ଯାଜପୁର ମଙ୍ଗଳପୁର ଅଂଚଳର ବୋଲି ସୂଚନା ମିଳିଛି

Leave a Reply

Your email address will not be published. Required fields are marked *