Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନ ରିଲିଫ୍ ସାମଗ୍ରୀ ଫେରାଇ ଦେଲା ତୁର୍କୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନ ରିଲିଫ୍ ସାମଗ୍ରୀ ଫେରାଇ ଦେଲା ତୁର୍କୀ

ଇସଲାମାବାଦ୍: ବିଦେଶୀ ଋଣ ଏବଂ ଅର୍ଥ ଅଭାବ ଦେଇ ଗତି କରୁଥିବା ପାକିସ୍ତାନ ଅନ୍ୟ ଦେଶକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି । ଭୂମିକମ୍ପ ପ୍ରଭାବିତ ତୁର୍କୀକୁ ରିଲିଫ ସାମଗ୍ରୀ ପଠାଇ ଏବେ ପୁଣି ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହୋଇଛି ପାକିସ୍ତାନ । ନିକଟରେ ପାକିସ୍ତାନ ତୁର୍କୀକୁ ରିଲିଫ ସାମଗ୍ରୀ ପଠାଇଛି । ଏଥିରେ ୨୧ଟି କଣ୍ଟେନର ପଠାଯାଇଛି । ଏଥିରେ ଶୀତକାଳୀନ ତମ୍ବୁ, କମ୍ବଳ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ସାମିଲ ଅଛି । ଏହି ରିଲିଫ୍ ଖୋଲାଯିବା ପରେ ଜଣାପଡିଥିଲା, ଗତବର୍ଷ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ବେଳେ ତୁର୍କୀ ପାକିସ୍ତାନକୁ ଏହି ରିଲିଫ ସାମଗ୍ରୀ ପଠାଇଥିଲା, ଯାହା ପୁନଃ ପ୍ୟାକେଜ ହୋଇ ପାକିସ୍ତାନ ତୁର୍କୀକୁ ପଠାଯାଇଥିଲା । ଅନ୍ୟପକ୍ଷରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହୱାଜ୍ ଶରିଫ୍ ଦୁଇ ଦିନ ପୂର୍ବେ ତୁର୍କୀ ରାଜଧାନୀ ଆଙ୍କରାରେ ପହଞ୍ଚିଥିଲେ । ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଥିବା ତୁର୍କୀକୁ ରିଲିଫ୍ ପ୍ରତ୍ୟାଖ୍ୟାନ କରିବା ସତ୍ତ୍ୱେ ସେ ତୁର୍କୀର ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ତୁର୍କୀରେ ଏକ ଭୟଙ୍କର ଭୂକମ୍ପ ପରେ ଶରିଫ୍ ପ୍ରଭାବିତ ଦେଶ ଗସ୍ତ ଘୋଷଣା କରିଥିଲେ, ଏହା ପରେ ତୁର୍କୀ ପକ୍ଷରୁ କୁହାଯାଇଥିଲା ଯେ ଏହାର ପ୍ରଶାସନ ଦେଶକୁ ବନ୍ୟା ପରିସ୍ଥିତିରୁ ମୁକ୍ତ କରିବାରେ ବ୍ୟସ୍ତ ଅଛି । ଏଭଳି ପରିସ୍ଥିତିରେ ସେ ଅନ୍ୟ କୌଣସି ଦେଶର ପ୍ରଧାନମନ୍ତ୍ରୀଙ୍କୁ ଆତିଥ୍ୟ ପ୍ରଦାନ କରିପାରିବେ ନାହିଁ ।

Leave a Reply