ମସ୍କଙ୍କୁ ଚେତାବନୀ ଦେଲେ ଟ୍ରମ୍ପ୍-ଯଦି ତୁମେ ଡେମୋକ୍ରାଟମାନଙ୍କୁ ସାହାଯ୍ୟ କର ତେବେ ପରିଣାମ ଭୟଙ୍କର ହେବ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଟେସଲା ମାଲିକ ଏଲନ ମସ୍କଙ୍କ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହୋଇଛି। ଏହି ସମୟରେ, ଟ୍ରମ୍ପ ଖୋଲାଖୋଲି ଭାବରେ ମସ୍କଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଏବଂ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଛନ୍ତି।

ଯଦିଓ ଏଲନ ମସ୍କ ଏବେ ଏହି ଲଢ଼େଇରୁ ପଛକୁ ହଟିଯାଉଥିବା ପରି ମନେ ହେଉଛି, ଟ୍ରମ୍ପ୍ ମସ୍କଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ଏବେ ତାଙ୍କୁ କ୍ଷମା କରିବାକୁ ଚାହୁଁ ନାହାନ୍ତି। ଟ୍ରମ୍ପ୍ ଶନିବାର କହିଥିଲେ ଯେ, ମସ୍କଙ୍କ ସହ ତାଙ୍କର ସମ୍ପର୍କ ସୁଧାରିବାର କରିବାର କୌଣସି ଉଦ୍ଦେଶ୍ୟ ନାହିଁ।

ଟ୍ରମ୍ପ୍ ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି, ଯଦି ମସ୍କ ଆଗାମୀ ନିର୍ବାଚନରେ ଡେମୋକ୍ରାଟମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିପାରେ।

Leave a Reply

Your email address will not be published. Required fields are marked *