Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏସସିଏସକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ଏବିଭିପିର ଜିଲ୍ଲାବ୍ୟାପୀ ଦସ୍ତଖତ ଅଭିଯାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏସସିଏସକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ଏବିଭିପିର ଜିଲ୍ଲାବ୍ୟାପୀ ଦସ୍ତଖତ ଅଭିଯାନ

ପୁରୀ: ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ କୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବହୁ ବର୍ଷ ଧରି ଦାବି କରି ଆସୁଛି । ଜିଲାର ବିଦ୍ୟାର୍ଥୀ ମାନଙ୍କୁ ସ୍ୱର ହୋଇ ପରିଷଦ ଅନେକ ପ୍ରତିବାଦ ଓ ଆନେ୍ଦାଳନ କରିଥିଲେ ସୁଦ୍ଧା ବର୍ତ୍ତମାନ ଯାଏଁ ରାଜ୍ୟ ସରକାର ଏହା ଉପରେ କୈାଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଯାହା ଫଳରେ ଏସସିଏସ ବିଶ୍ୱବିଦ୍ୟାଳୟର ସ୍ୱପ୍ନ ସାଧାରଣ ଛାତ୍ର ପାଇଁ ଏକ ଦିବାସ୍ୱପ୍ନ ହୋଇଗଲାଣି । ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ଏବିଭିପି ପକ୍ଷରୁ ପୁରୀ ସହରର ବିଭିନ୍ନ ମହାବିଦ୍ୟାଳୟରେ ଦସ୍ତଖତ ଅଭିଯାନ ଆରମ୍ଭ କରିଥିବା ବେଳେ ଏହାକୁ ବ୍ୟାପକ କରି ଜିଲାର ସମସ୍ତ ମହାବିଦ୍ୟାଳୟରୁ ୨୦,୦୦୦ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ଦସ୍ତଖତ ସମ୍ବଳିତ ଦାବିପତ୍ର ଉଚ୍ଚଶିକ୍ଷା ସଚିବଙ୍କୁ ଦିଆଯିବ ବୋଲି ଜିଲା ସଂଯୋଜକ ରାହୁଲ କୁମାର ନାୟକ ସୂଚନା ଦେଇଛନ୍ତି । ଶ୍ରୀ ନାୟକ ଆହୁରି କହିଛନ୍ତି ଯେ ଉକ୍ତ ପ୍ରସଙ୍ଗ ଓଡ଼ିଶା ବିଧାନସଭାରେ ଉପସ୍ଥାପନ କରିବା ପାଇଁ ବିଧାନସଭାର ଆଗାମୀ ଅଧିବେଶନ ପୂର୍ବରୁ ଜିଲାର ସମସ୍ତ ବିଧାୟକଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରାଯିବ । ଏହା ପରେ ମଧ୍ୟ ସରକାର ଯଦି ଛାତ୍ର ସମାଜର ଦାବିକୁ ଅଣଦେଖା କରନ୍ତି ତାହେଲେ ଏସସିଏସକୁ ବିଶ୍ୱବିଦ୍ୟାଳୟରେ ଋପାନ୍ତରିତ କରିବା ପାଇଁ ଜିଲାର ପ୍ରତିଟି ଛାତ୍ର ପାଖରେ ପହଞ୍ଚି ଏବିଭିପି ନିର୍ଣ୍ଣାୟକ ଲଢେଇ ଲଢିବ ।

Leave a Reply