Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶିବରଂଜନୀ ନାଦରେ କମ୍ପିଲା ଏକାମ୍ରକ୍ଷେତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶିବରଂଜନୀ ନାଦରେ କମ୍ପିଲା ଏକାମ୍ରକ୍ଷେତ୍ର


ଭୁବନେଶ୍ୱର: ସଙ୍ଗୀତର ସ୍ରଷ୍ଟା ମହାଦେବଙ୍କ ପ୍ରିୟ ଶିବରଞ୍ଜନୀ ରାଗ ବାଦନ କରି ବୀରବ୍ରତ ଜାଗରଣ ସହ ଭକ୍ତିନୈବେଦ୍ୟ ଅର୍ପଣ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ)ର ସ୍ୱୟଂସେବକ । 

ପବିତ୍ର ଶିବରାତ୍ରୀ ତଥା ଅଖିଳ ଭାରତୀୟ ଘୋଷ ଦିବସ ଅବସରରେ ଏକାମ୍ର କ୍ଷେତ୍ରରେ ଆରଏସ୍ ଏସ୍ ଭୁବନେଶ୍ୱର ମହାନଗର ଦ୍ୱାରା ଏକ ଭବ୍ୟ ଘୋଷ ପଥ ସଂଚଳନ ଅନୁଷ୍ଠିତ ହୋଇ ଯାଇଛି । ଶନିବାର ପ୍ରାତଃ ସମୟରେ ସ୍ୱୟଂସେବକମାନେ ଭୀମଟାଙ୍ଗୀ ଶିଶୁମନ୍ଦିରରେ ଏକତ୍ରିତ ହୋଇ ପ୍ରାର୍ଥନା କରିବା ପରେ ପଥ ସଂଚଳନରେ ବାହାରି ନାରାୟଣୀ ମନ୍ଦିର,ପାଟଣାସାହି ଦେବୀ ମଣ୍ଡପ, ବଢେଇବାଙ୍କ ଦେଇ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଦକ୍ଷିଣ କରିଥିଲେ । ୫୦୦ରୁ ଉଦ୍ଧ୍ୱର୍ ପୂର୍ଣ୍ଣଗଣବେଶଧାରୀ ସ୍ୱୟଂସେବକ ଗୈରିକ ଧ୍ୱଜ ସହ ଆନକ, ପଣବ, ଶଙ୍ଖ, ଝାଞ୍ଜ, ବଂଶୀରେ ଶିବରଞ୍ଜନୀ, ମୀରା, ତିଲଂ, ଉଦୟ, କିରଣ, ଶ୍ରୀରାମ ଓ ସ୍ୱନଭଦ୍ର ଭଳି ବୀରବାଦ୍ୟ ବଜାଇଥିଲେ । ବାଲ ସ୍ୱୟଂସେବକଙ୍କ ଦ୍ୱାରା ବଂଶୀ ବାଦନ ସଂଚଳନର ପ୍ରମୁଖ ଆକର୍ଷଣ ସାଜିଥିଲା । ସଂଘର ପୂର୍ବକ୍ଷେତ୍ର କାର୍ଯ୍ୟବାହ ଡ.ଗୋପାଳ ପ୍ରସାଦ ମହାପାତ୍ର, ପୁରୀ ବିଭାଗ ଘୋଷ ପ୍ରମୁଖ ଗିରିଜା କୁମାର ମହାପାତ୍ର, ପୁରୀ ବିଭାଗ ପ୍ରଚାର ପ୍ରମୁଖ ଜୟକୃଷ୍ଣ ପୃଷ୍ଠି ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭୁବନେଶ୍ୱର ମହାନଗର କାର୍ଯ୍ୟବାହ ପ୍ରସନ୍ନ ସେନାପତି, ମହାନଗର ସହକାର୍ଯ୍ୟବାହ ସୁବ୍ରତ ତ୍ରିପାଠୀ, ଭବେଶ ଜେନା, ମହାନଗର ପ୍ରଚାର ପ୍ରମୁଖ ସାଇପ୍ରସାଦ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply