Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ବଂଶୋଭବ ନୀଲ ମୋହନ ହେଲେ ୟୁ-ଟୁ୍ୟବ୍ ସିଇଓ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ବଂଶୋଭବ ନୀଲ ମୋହନ ହେଲେ ୟୁ-ଟୁ୍ୟବ୍ ସିଇଓ

ନୂଆଦିଲ୍ଲୀ: ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟୁ୍ୟବ୍ରେ ବଡ଼ ପରିବର୍ତ୍ତନ । ଭାରତୀୟ ବଂଶୋଦ୍ଭବ ନୀଲ ମୋହନ ହେଲେ ୟୁଟ୍ୟବ୍ ସିଇଓ । ବର୍ତ୍ତମାନ ୟୁଟୁ୍ୟବ୍ ସିଇଓ ଥିବା ସୁଜାନ୍ ୱୋଜିକ୍କି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଉ ତାଙ୍କ ସ୍ଥାନରେ ନୀଲ ମୋହନ ହୋଇଛନ୍ତି ନୂଆ ସିଇଓ । ନୀଲ ମୋହନ ଏବେ ୟୁଟୁ୍ୟବ୍ର ଚିଫ୍ ପ୍ରୋଡକ୍ଟ ଅଫିସର(ଉଚଙ) ଅଛନ୍ତି । ସୁଜାନ୍ ୱୋଜିକ୍କି ଏକ ଚିଠି ଲେଖି ନିଜର ଇସ୍ତଫା ଘୋଷଣା କରିଛନ୍ତି । ସେ କହିଛନ୍ତି ସେ ନିଜ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି । ସେ ନିଜ ପରିବାର, ସ୍ୱାସ୍ଥ୍ୟ ଏବଂ ବ୍ୟକ୍ତିଗତ ଯୋଜନାକୁ ନେଇ କାମ କରିବେ ବୋଲି କହିଛନ୍ତି । ଗତ ୯ ବର୍ଷରୁ ଆଲଫାବେଟ୍ର ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟୁ୍ୟବ୍ରେ ବଡ଼ ପଦରେ କାମ କରିଆସୁଛନ୍ତି । ସୂଚନାଯୋଗ୍ୟ, ସେ ପ୍ରାୟ ୨୫ ବର୍ଷରୁ ଗୁଗଲ ସହ ରହିଥିଲେ । ନୀଲ ମୋହନକୁ ଶୁଭେଚ୍ଛା ଦେଇ ସୁଜାନ୍ ୱୋଜିକ୍କି କହିଛନ୍ତି ଆମେ ସର୍ଟସରେ ଷ୍ଟ୍ରିମିଂ ଏବଂ ସବସ୍କ୍ରିପସନରେ ଯାହା କରୁଛୁ ତାହା ଉତ୍ତମ । ଏଆଇ ସହ ୟୁଟୁ୍ୟବ୍ ଆଗକୁ ଆହୁରି ଅବସର ପ୍ରଦାନ କରିବ ଏବଂ ନୀଲ ଆମର ନେତୃତ୍ୱ କରିବା ପାଇଁ ଠିକ୍ ବ୍ୟକ୍ତିତ୍ୱ । ସୁଜାନ୍ କହିଛନ୍ତି ନୀଲ ମୋହନ ଜଣେ ଉତ୍ତମ ଲିଡର । ଏବଂ ସେ ୟୁଟୁ୍ୟବ୍ର ଆବଶ୍ୟକତାକୁ ଭଲ ଭାବରେ ଜାଣିଛନ୍ତି । ସେ ବର୍ତ୍ତମାନ ଟ୍ରାଞ୍ଜିସନ ପିରିୟଡରେ କମ୍ପାନୀ ସହ ରହିବେ ଏବଂ ନୀଲ ମୋହନଙ୍କୁ ସହଯୋଗ କରିବେ । ସୁଜାନ ଏବେ ଗୁଗଲ ଏବଂ ଆଲ୍ଫାବେଟ୍ରେ ପରାମର୍ଶଦାତା ଭାବରେ କାମ କରିବେ ।

Leave a Reply