Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀଲଙ୍କା ଯେଉଁ ସ୍ଥିତିରେ ଥିଲା, ପାକିସ୍ତାନ ବର୍ତ୍ତମାନ ସେହି ସ୍ଥାନରେ : ଇମ୍ରାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀଲଙ୍କା ଯେଉଁ ସ୍ଥିତିରେ ଥିଲା, ପାକିସ୍ତାନ ବର୍ତ୍ତମାନ ସେହି ସ୍ଥାନରେ : ଇମ୍ରାନ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏସବୁ ଭିତରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବଡ଼ ବୟାନ ଦେଇଛନ୍ତି । କ୍ୟାନସର ଭଳି ମାରାତ୍ମକ ରୋଗର ଚିକିତ୍ସା ଡିସପ୍ରିନ୍ରେ କରିବା ଭଳି ବର୍ତ୍ତମାନର ପାକିସ୍ତାନ ସ୍ଥିତି ହୋଇଛି । ଶ୍ରୀଲଙ୍କା ଯେଉଁ ସ୍ଥିତିରେ ଥିଲା, ପାକିସ୍ତାନ ବର୍ତ୍ତମାନ ସମାନ ସ୍ଥାନରେ ଥିବା ଇମ୍ରାନ ଖାନ କହିଛନ୍ତି । ପାକିସ୍ତାନର ଶରିଫ ସରକାରଙ୍କୁ ଟାର୍ଗେଟ କରି ଇମ୍ରାନ ଖାନ କହିଛନ୍ତି, “ପାକିସ୍ତାନର ସ୍ଥିତି ବର୍ତ୍ତମାନ କ୍ୟାନସର ଚିକିତ୍ସା ଡିସ୍ପ୍ରିନରେ କରିବା ଭଳି ରହିଛି । ପାକିସ୍ତାନ ଦିନକୁ ଦିନ ଅଧିକ ସଙ୍କଟ ମଧ୍ୟକୁ ଖସୁଛି ଓ ଶ୍ରୀଲଙ୍କା ଯେଉଁ ସ୍ଥାନରେ ଥିଲା ପାକିସ୍ତାନ ସମାନ ସ୍ଥିତିରେ ରହିଛି । ଆଗକୁ ସ୍ଥିତି ଆହୁରି ବିପର୍ଯ୍ୟୟ ହେବ । ଗ୍ଲୋବାଲ ଟେଟିଂ ଏଜେନ୍ସି ଫିଚ୍ ପାକିସ୍ତାନର ବିଦେଶ ରେଟିଂକୁ ସିସିସିକୁ ଖସାଇଛି । ଏହାର ଅର୍ଥ ଆମେ ଶ୍ରୀଲଙ୍କା ସ୍ତରକୁ ଚାଲି ଆସିଲୁଣି ।” ଇମ୍ରାନ ଖାନ ପାକିସ୍ତାନ ମିନି ବଜେଟକୁ ମଧ୍ୟ ସମାଲୋଚନା କରିଛନ୍ତି । ସେ କହିଚନ୍ତି, “ମିନି ବଜେଟ ଲୋକଙ୍କ ଉପରେ ମୁଦ୍ରାସ୍ଫୀତି ଚାପକୁ ଆହୁରି ବୃଦ୍ଧି କରିବ । ଏହି ସମସ୍ୟାର ଗୋଟିଏ ସମାଧାନ ହେଲା ନିର୍ବାଚନ । ମୁଦ୍ରାସ୍ଫୀତି ଯୋଗୁ ଗହମ, ଅଟା, ଘିଅ, ଡାଲି, ଚିକେନ ଓ ଅନ୍ୟ ଜରୁରୀ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି । ଆମ ସମସ୍ତଙ୍କୁ ଗୋଟିଏ ଦେଶ ହୋଇ ଲଢ଼ିବାକୁ ପଡ଼ିବ । କାରଣ ଦାସତ୍ୱର ଚେନ୍ କେବେ ହେଲେ ଆପେଆପେ ଛିଣ୍ଡିବ ନାହିଁ । ଏହି ଚେନ ଆମକୁ ହିଁ ଛିଣ୍ଡାଇବାକୁ ପଡ଼ିବ ।” ପ୍ରକାଶ ଯେ, ପାକିସ୍ତାନରେ ବୁଧବାର ମଧ୍ୟ ରାତ୍ରରୁ ପେଟ୍ରୋଲ୍ ଲିଟର ପିଛା ୨୭୨ ଟଙ୍କା ଓ ଡିଜେଲ୍ ଲିଟର ପିଛା ୨୮୦ ଟଙ୍କାରେ ବିକ୍ରୟ ହେଉଛି ।

Leave a Reply