Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନ ଛାଡ଼ୁଛନ୍ତି ଧନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନ ଛାଡ଼ୁଛନ୍ତି ଧନୀ

ଇସଲାମାବାଦ: ପାକିସ୍ତାନର ଆର୍ଥôକ ସ୍ଥିତି ଦିନକୁ ଦିନ ବିଗିଡ଼ି ଚାଲିଛି । ଦେଶର ବାସିନ୍ଦା ଏବେ ଖାଦ୍ୟଶସ୍ୟ ଲାଗି ସଂଘର୍ଷ କରୁଛନ୍ତି । ପରିସ୍ଥିତି ଏଭଳି ଯେ କର୍ମଚାରୀଙ୍କୁ ଦରମା ଦେବା ଲାଗି ସରକାରଙ୍କ ପାଖରେ ଟଙ୍କା ନାହିଁ । ଅନେକ ଦିନ ଧରି ଦେଶ ଋଣ ବଳରେ ଚାଲିଥିଲା । ହେଲେ ତାହା ଶେଷ ହେବାକୁ ବସିଲାଣି । ଏପରିକି ପାକିସ୍ତାନ ସହ ଭଲ ସମ୍ପର୍କ ରଖିଥିବା ସମସ୍ତ ଦେଶ ଏବଂ ଅର୍ଥନୈତିକ ସଂଗଠନଗୁଡ଼ିକ ପକ୍ଷରୁ ସହାୟତାର ମାର୍ଗ ମଧ୍ୟ ବନ୍ଦ ହୋଇଯାଇଛି । ଏଥିଲାଗି ସରକାରଙ୍କ ଅସୁବିଧା ବଢ଼ିବାରେ ଲାଗିଛି । ଯଦି ଏଭଳି ସ୍ଥିତି ଲାଗି ରୁହେ ତେବେ ଦେଶର ଅବସ୍ଥା ଶ୍ରୀଲଙ୍କା ଭଳି ହୋଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ପାକିସ୍ତାନର ସ୍ଥିତିକୁ ନେଇ ଏବେ ଲୋକମାନେ ଦେଶ ଛାଡ଼ିବା ଆରମ୍ଭ କରି ଦେଇଛନ୍ତି । ଏକ ରିପୋର୍ଟରେ ଦାବି କରାଯାଇଛି ଯେ ପାକିସ୍ତାନରୁ ବିଦେଶ ଯାଉଥିବା ଲୋକଙ୍କ ସଂଖ୍ୟା ହଠାତ ବୃଦ୍ଧି ପାଇଛି । ଦେଶରୁ ଜୀବନ ବଞ୍ଚାଇ ଚାଲିଯିବାକୁ ଧନଶାଳୀ ବ୍ୟକ୍ତି ଚାହୁଁଛନ୍ତି । ୨୦୨୨ରେ ୮ ଲକ୍ଷରୁ ଅଧିକ ଲୋକ ପାକିସ୍ତାନ ଛାଡ଼ିଥିଲେ ।

Leave a Reply