Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୀନ୍ ସୀମାରେ ମଜଭୁତ୍ ହେବ ଆଇଟିବିପି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୀନ୍ ସୀମାରେ ମଜଭୁତ୍ ହେବ ଆଇଟିବିପି

ନୂଆଦିଲ୍ଲୀ: ଚୀନ୍ ସୀମାକୁ ନେଇ ମୋଦୀ ସରକାରଙ୍କ କ୍ୟାବିନେଟ ବୈଠକରେ ଆଜି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଅନୁସାରେ ଭାରତ-ଚୀନ୍ ସୀମାରେ ସୁରକ୍ଷା ଦେଉଥିବା ଆଇଟିବିପିର ଅତିରିକ୍ତ ୭ଟି ବାଟାଲିୟନ ଗଠନ କରିବା ସହିତ ଚୀନ୍ ସୀମାବର୍ତ୍ତି ଗାଁ ଗୁଡ଼ିକରେ ସ୍ଥାନାନ୍ତରଣକୁ ରୋକିବା, ନିଯୁକ୍ତି ସୁଯୋଗ, ଭିତ୍ତିଭୂମି ସୃଷ୍ଟି କରିବା ସହିତ ମୌଳିକ ସୁବିଧାଗୁଡ଼ିକର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ସହିତ ଲଦାଖରେ ସବୁ ପାଣିପାଗରେ ରାସ୍ତାଘାଟ ଯେପରି କୌଣସି ପ୍ରଭାବିତ ନହୁଏ, ତାକୁ ନଜରରେ ରଖି ବନ୍ଧ କିମ୍ବା ସୁଡ଼ଙ୍ଗ ନିର୍ମାଣକୁ ମଧ୍ୟ ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛନ୍ତି । ସୀମାରେ ସୁରକ୍ଷାକୁ ନଜରରେ ରଖି ମନ୍ତ୍ରୀମଣ୍ଡଳ ଭାରତୀୟ ଆଇଟିବିପି କ୍ଷେତ୍ରରେ ଅତିରିକ୍ତ ନୂତନ ବାଟାଲିୟନ ଗଠନ କରିବା ସହିତ ଏକ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନା କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଭାରତ-ଚୀନ୍ ସୀମାରେ ସୁରକ୍ଷା ଉପରେ ନଜର ରଖିବା ସହିତ ସ୍ଥିତି ତଦାରଖ କରିବାକୁ ଆଇଟିବିପି ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏଥିପାଇଁ, ବର୍ତ୍ତମାନ ଆଇଟିବିପିର ୧୭୬ଟି ବିଓପି ରହିଛି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଜାନୁୟାରୀ ୨୦୨୦ ରେ ୪୭ ଟି ସୀମା ଆଉଟପୋଷ୍ଟ ଏବଂ ଆଇଟିବିପିର ୧୨ଟି କ୍ୟାମ୍ପ ସ୍ଥାପନ ପାଇଁ କ୍ୟାବିନେଟ ଅନୁମୋଦନ କରିଥିଲା । ଏହି କାର୍ଯ୍ୟ ଦ୍ରୁତଗତିରେ ଅଗ୍ରଗତି କରୁଛି । ଆଇଟିବିପି ପାଇଁ ଏହି ନିଷ୍ପତ୍ତି ଅନେକ ଦିନ ହେଲା ଲମ୍ବିତ ଥିଲା, ଯେଉଁଥିପାଇଁ ସୀମା ସେପାଖରେ ଚୀନ୍ ତାର ଗତିବିଧି ବଢ଼ାଉଥିଲା । ତେବା ସୀମାରେ ବିକାଶକୁ ନଜରରେ ରଖିଲେ ସୁରକ୍ଷା ସମ୍ବନ୍ଧିୟ କ୍ୟାବିନେଟର ଏହି ବୈଠକର ନିଷ୍ପତ୍ତି ଭାରତ-ଚୀନ୍ ସୀମାରେ ଆଇଟିବିପିର ଦକ୍ଷତା ବଢ଼ାଇବ ଏବଂ ଯବାନ ଓ ଅଧିକାରୀମାନଙ୍କ ସଂଖ୍ୟାରେ ବୃଦ୍ଧି ହେଲେ ଆହୁରି ମଜଭୁତ ହେବ ଆଇଟିବିପି ।

Leave a Reply