Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ସିବିଆଇ ତଦନ୍ତ କରାଯାଉ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ସିବିଆଇ ତଦନ୍ତ କରାଯାଉ

ଜୈଳେଶପଟ୍ଟା : ଜୈଳେଶପଟ୍ଟା ଠାରେ ସତ୍ୟ ସନାତନ ପ୍ରଜା ସମିତି ଆନୁକୁଲ୍ୟରେ ୯ମ ବିଶାଳ ସତ୍ୟ ସନାତନ ଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସମ୍ପୂର୍ଣ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସି ଯୋଗଦାନ କରିଥିବା ୨ ଶହରୁ ଅଧିକ ଶିକ୍ଷାବିତ୍ ପ୍ରଥମେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାସ୍ଥଳରୁ ଆସିଥିବା ଅଖଣ୍ଡ ଜ୍ୟୋତିକୁ ସ୍ୱାଗତ କରିଥିଲେ । ଏଥିରେ ସତ୍ୟ ସନାତନ ପ୍ରଜା ସମିତି ରାଜ୍ୟ ସଭାପତି ଜନନେତା ଇଂ. ଦେବାଶିଷ ହୋତା ଉପସ୍ଥିତ ହୋଇ କହିଥିଲେ ଯେ ଗତ ୨୩ ଜାନୁୟାରୀ ୧୯୯୯ ମସିହାରେ ଖ୍ରିଷ୍ଟିୟାନ ପାଦ୍ରୀ ଗ୍ରାହମ୍ଷ୍ଟେନ୍ସ୍ଙ୍କୁ ହତ୍ୟା କରାଯାଇଥିଲା । ସେହିଦିନଠାରୁ ଷଡଯନ୍ତ୍ରକାରୀ ହିସାବରେ ଦାରାସିଂ ୨୪ ବର୍ଷ ହେବ ଜେଲ୍ରେ ଅଛନ୍ତି । ଗତ ୨୩ ଅଗଷ୍ଟ ୨୦୦୮ ଜନ୍ମାଷ୍ଟମୀ ଦିନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ବିଭତ୍ସ ଭାବରେ ହତ୍ୟା କରାଯାଇଥିଲା । ଅଥଚ ଷଡଯନ୍ତ୍ରକାରୀ ରାଜ୍ୟସଭା ଏମ୍ପି ଆଜି ଯାଏଁ ଗିରଫ ହୋଇ ନାହାଁନ୍ତି । ଆମ ଦେଶରେ ଖ୍ରିଷ୍ଟିୟାନ ଏବଂ ହିନ୍ଦୁଙ୍କ ପାଇଁ କଣ ଅଲଗା ଅଲଗା ନିୟମ ଅଛି କି ବୋଲି ଇଂ. ହୋତା ଇତ୍ୟବସରରେ ପ୍ରଶ୍ନ କରିଛନ୍ତି । ତେଣୁ ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ହେବା ପାଇଁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଯିବା ନିମନ୍ତେ ଆଜିର ସମ୍ମିଳନୀ ମାଧ୍ୟମରେ ବିନମ୍ର ନିବେଦନ କରିଛନ୍ତି ଇଂ. ହୋତା । ମହାତ୍ମା ଦିଲ୍ଲେଶ୍ୱରାନନ୍ଦ ଏହି ସମ୍ମିଳନୀରେ ଉପସ୍ଥିତ ହୋଇ “ପରମାତ୍ମା”ଙ୍କ ସାନିଧ୍ୟ ଲାଭ କରିବାର ପ୍ରକୃତ ମାର୍ଗ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ।

Leave a Reply