ଜାତୀୟ ସ୍ବାର୍ଥ ପାଇଁ କାମ କରିବା ଦଳ ବିରୋଧୀ ନୁହେଁ

ନୂଆଦିଲ୍ଲୀ: ଅପରେସନ୍‌ ସିନ୍ଦୂର ସଂକ୍ରାନ୍ତ‌ରେ ଏକ ସର୍ବଦଳୀୟ ପ୍ରତିନିଧି ଦଳର ନେତୃତ୍ବ ନେଉଥିବା ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ଏବେ ଆମେରିକାରେ ଅଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସରକାରଙ୍କ ଆଭିମୁଖ୍ୟକୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିବା ଶଶୀ ଥରୁରଙ୍କୁ କଂଗ୍ରେସରେ ତୀବ୍ର ବିରୋଧର ସାମ୍ନା କରିବାକୁ ପଡ଼ିଛି।  ଜଣେ କଂଗ୍ରେସ ସହକର୍ମୀ ଶଶୀ ଥରୁରଙ୍କୁ ବିଜେପିର ସୁପର ମୁଖପାତ୍ର ବୋଲି ମଧ୍ୟ କହିଛନ୍ତି।  ତେବେ ଏହି ପ୍ରସଙ୍ଗରେ ଥରୁର କହିଛନ୍ତି,  ଯେଉଁମାନେ ଦେଶର ସ୍ବାର୍ଥ ପାଇଁ କାମ କରିବାକୁ ଦେଶ ବିରୋଧୀ କାର୍ଯ୍ୟ ବୋଲି ଭାବୁଛନ୍ତି ସେମାନେ ନିଜେ ନିଜକୁ ପ୍ରଶ୍ନ କରିବା ଉଚିତ।  ଅନ୍ୟପକ୍ଷେ ଭାରତ-ପାକିସ୍ତାନ ବିବାଦର ସମାଧାନ ପାଇଁ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରିନାହାନ୍ତି ବୋଲି ଶଶୀ ଥରୁର୍‌ ସ୍ପଷ୍ଟ କରିଛନ୍ତି।  

ଜାତୀୟ ସ୍ବାର୍ଥ ପାଇଁ କାମ କରିବା ଦଳ ବିରୋଧୀ ନୁହେଁ

ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ୍‌ କଲ୍‌ ପରେ ପ୍ରଧାନମନ୍ତ୍ରୀ ମୋଦୀ  ସରେଣ୍ଡର୍‌ କରିଯାଇଥିଲେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିବା ବେଳେ ଏନେଇ ଏକ ପ୍ରଶ୍ନର ଉତ୍ତର ଦେଇ ଥରୁର କହିଛନ୍ତି, କୌଣସି ତୃତୀୟ ପକ୍ଷ ହସ୍ତ‌କ୍ଷେପ କରିନାହାନ୍ତି। ଥରୁର୍‌ କହିଛନ୍ତି, ପାକିସ୍ତାନର ଅନୁରୋଧକ୍ରମେ ଆମ ଆକ୍ରମଣ ଅଟକିଥିଲା ଏବଂ ଏଥିରେ ଅନ୍ୟ କାହାର କିଛି ଭୂମିକା ନାହିଁ।   କାରଣ ଆମେ ସେମାନଙ୍କୁ କହିଥିଲୁ ଯେ ଯେଉଁ ମୁହୂର୍ତ୍ତରେ ପାକିସ୍ତାନ ଅଟକିବ, ଆମେ ମଧ୍ୟ ଅଟକିବାପାଇଁ ପ୍ରସ୍ତୁତ ଅଛୁ।  ଅସ୍ତ୍ରବିରତି ପାଇଁ କୌଣସି ବାହ୍ୟ ଚାପର ପ୍ରଶ୍ନ ଉଠୁନାହିଁ ବୋଲି ଥରୁର ସ୍ପଷ୍ଟ କରିଛନ୍ତି।  ଉଲ୍ଳେଖଯୋଗ୍ୟ,  ମଙ୍ଗଳବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ରାଜନୈତିକ ବିବାଦ ସୃଷ୍ଟି କରିଥିଲେ। ‌ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଫୋନ୍‌ କଲ୍‌ ପାଇବାପରେ ପ୍ରଧାନମନ୍ତ୍ରୀ ମୋଦୀ ‘ସରେଣ୍ଡର’ କରିଯାଇଥିଲେ ବୋଲି ସେ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *