Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ବିଦାହେଲା ଚୀନର ସର୍ବବୃହତ ଇକମର୍ସ କମ୍ପାନୀ ଆଲିବାବା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ବିଦାହେଲା ଚୀନର ସର୍ବବୃହତ ଇକମର୍ସ କମ୍ପାନୀ ଆଲିବାବା


ନୂଆଦିଲ୍ଲୀ : ଚୀନର ସବୁଠୁ ବଡ଼ ଇ-କମର୍ସ କମ୍ପାନୀ ଆଲିବାବାକୁ ଭାରୀୟ ବଜାରକୁ ବିଦାୟ ନେବାକୁ ହୋଇଛି ।ଏବେ ଭାରତରେ କମ୍ପାନୀର ଥିବା ସମସ୍ତ ସେୟାର ପେଟିଏମକୁ ବିକି ଦେଇଛି । ପେଟିଏମ୍ ର ପ୍ୟାରେ ୍ କମ୍ପାନୀ ଙଘଋ ୯୭ କମୁ୍ୟନିକେସନ୍ ଏହାର ପ୍ରାୟ ୨.୧ କୋଟି ସେୟାର (କିମ୍ବା ୩.୪ ପ୍ରତିଶତ ଇକ୍ୱିଟି) ବିକ୍ରି କରିଛି । ଏହି ବ୍ଲକ୍ ଡିଲ୍ ପରେ ଆଲିବାବା ଆଉ ପେଟିଏମରେ ଅଂଶୀଦାର ନୁହଁନ୍ତି । କମ୍ପାନୀ ଜାନୁଆରୀରେ ପେଟିଏମରେ ଏହାର ୬.୨୬ ପ୍ରତିଶତ ଇକ୍ୱିଟିର ପ୍ରାୟ ୩.୧ ପ୍ରତିଶତ ବିକ୍ରି କରିଛି । ଏହଡିଲ୍ ପରେ ଆଲିବାବା ଭାରତରୁ ଏହାର ଉପସ୍ଥିତି ଶେଷ କରିବ । ଏହାପୁର୍ବରୁ ଭାରତରେ ଆଲିବାବା ଜୋମାଟୋ ଏବଂ ବିଗବାସ୍କେଟ୍ରେ ଏହାର ସମସ୍ତ ସେୟାର ବିକ୍ରି କରି ଦେଇଥିଲା । ପେଟିଏମରେ ଆଲିବାବା ଏକ ପ୍ରାଥମିକ ନିବେଶକ ଅଟେ । ଆଲିବାବା ଏହି ସେୟାର ବିକ୍ରି କରିବା ପରେ ପେଟିଏମର ବଜାର ମୂଲ୍ୟ ବୃଦ୍ଧି ପାଇଛି । ଡିସେମ୍ବର ତ୍ରୈୟମାସିକରେ କମ୍ପାନୀର ସେୟାର ହ୍ରାସ ପାଇଥିଲା । କମ୍ପାନୀ ଫେବୃଆରୀ ୯ ରେ ୩ ଅକ୍ଟୋବର ଏବଂ ଡିସେମ୍ବର ତ୍ରୈୟମାସିକର ଫଳାଫଳ ଜାରି କରିଥିଲେ । ଯାହା ପରେ ଗତକାଲି ଅର୍ଥାତ୍ ୯ ଫେବୃଆରୀ ପର୍ଯ୍ୟନ୍ତ ପେଟିଏମର ସେୟାର ମୂଲ୍ୟରେ ୩୪ ପ୍ରତିଶତ ବୃଦ୍ଧି ପାଇଥିଲା ।

Leave a Reply