Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇସ୍ରୋର ସବୁଠାରୁ ଛୋଟ ରକେଟ୍ ଏସ୍ଏସ୍ଏଲଭି-ଡି୨ର ସଫଳ ଉତ୍କ୍ଷେପଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇସ୍ରୋର ସବୁଠାରୁ ଛୋଟ ରକେଟ୍ ଏସ୍ଏସ୍ଏଲଭି-ଡି୨ର ସଫଳ ଉତ୍କ୍ଷେପଣ


ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଏହାର ନୂଆ ତଥା ଛୋଟ ରକେଟ୍ ଏସ୍ଏସ୍ଏଲଭି-ଡି୨ କୁ ସଫଳତାର ସହ ମହାକାଶକୁ ଉତକ୍ଷେପଣ କରିଛି । ଏହି ଉତକ୍ଷେପଣ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଂଟରରୁ କରାଯାଇଛି । ଆମେରିକାର କମ୍ପାନୀ ଆଂଟାରିସର ଜାନୁସ୍ -୧, ଚେନ୍ନାଇ ଭିତିକ ସ୍ପେସ୍ ଷ୍ଟାର୍ଟଅପ୍ ସ୍ପେସେକିଜର
ଆଜାଦୀସାଟ୍-୨ ଏବଂ ଇସ୍ରୋର ସାଟେଲାଇଟ୍ ଇଓଏସ୍୦୬ ସମେତ ତିନୋଟି ସାଟେଲାଇଟ୍ ନେଇ ମହାକାଶ ଅଭିମୁଖେ ଯାତ୍ରା କରିଛି । ଏହି ତିନି ସାଟେଲାଇଟ୍ ୪୫୦ କିଲୋମିଟର ଦୂର ସର୍କୁଲାର ଓର୍ବିଟରେ ସ୍ଥାପିତ ହେବ । ଇସ୍ରୋ ଅନୁଯାୟୀ, ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉପଗ୍ରହକୁ ନିମ୍ନ କକ୍ଷପଥରେ ଉତକ୍ଷେପଣ ପାଇଁ ଏସ୍ଏସ୍ଏଲଭି ବ୍ୟବହୃତ ହୁଏ । ଏହି ରକେଟ୍ ଅନ୍ ଡିମାଣ୍ଡ ଅନୁଯାୟୀ କମ୍ ଖର୍ଚ୍ଚରେ ଉପଗ୍ରହ ଉତକ୍ଷେପଣର ସୁବିଧା ଯୋଗାଇଥାଏ । ଏସ୍ଏସ୍ଏଲଭି ରକେଟର ଉଚ୍ଚତା ୩୪ ମିଟର ଓ ବ୍ୟାସ ୨ ମିଟର । ଏହି ରକେଟ୍ ସମୁଦାୟ ୧୨୦ ଟନ୍ ଭାର ବହନ କରିପରେ । ଏହି ରକେଟର ପ୍ରଥମ ଉତକ୍ଷେପଣ ଗତ ବର୍ଷ ଅଗଷ୍ଟରେ ବିଫଳ ହୋଇଥିଲା ।

Leave a Reply