Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତରେ ଟ୍ୱିଟରର ନୂଆ ନିୟମ- ଏଣିକି ବ୍ଲ ୁଟିକ୍ ପାଇଁ ଗଣିବେ ଟଙ୍କା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତରେ ଟ୍ୱିଟରର ନୂଆ ନିୟମ- ଏଣିକି ବ୍ଲ ୁଟିକ୍ ପାଇଁ ଗଣିବେ ଟଙ୍କା


ନୂଆଦିଲ୍ଲୀ: ଏଣିକି ଟ୍ୱିଟର ପାଇଁ ଗଣିବାକୁ ପଡ଼ିବ ଟଙ୍କା । ଟ୍ୱିଟରର ବ୍ଲ ୁଟିକ୍ ପାଇଁ ୟୁଜର୍ସ ମାସକୁ ମାସ ନିଜ ପକେଟ୍ରୁ ଖର୍ଚ୍ଚ କରିବେ । ଭାରତରେ ମାଇକ୍ରୋ ବ୍ଲଗିଂ ଫ୍ଲାଟଫର୍ମ ଟ୍ୱିଟର ତା’ର ବ୍ଲୁ ଟିକ୍ ପାଇଁ ସବ୍ସ୍କ୍ରିପସନ ସେବା ଆରମ୍ଭ କରିଦେଇଛି । ପୂର୍ବରୁ ବ୍ଲୁଟିକ୍ ପାଇଥିବା ୟୁଜର୍ସଙ୍କୁ କୌଣସି ଶୁଳ୍କ ଦେବାକୁ ପଡୁନଥିବା ବେଳେ ଏବେ ମାସକୁ ମାସ ଟଙ୍କା ଗଣିବାକୁ ପଡ଼ିବ । ଅଲଗା ଅଲଗା ୟୁଜର୍ସଙ୍କ ପାଇଁ ଅଲଗା ଅଲଗା ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ । ଭାରତରେ ୱେବ ୟୁଜର୍ସଙ୍କ ପାଇଁ ଟ୍ୱିଟର ବ୍ଲୁ-ଟିକ୍ ସର୍ଭିସ ଲାଗି ପ୍ରତି ମାସରେ ୬୫୦ ଟଙ୍କା ଦେବାକୁ ପଡ଼ିବ । ତେବେ ମୋବାଇଲ ୟୁଜର୍ସଙ୍କ ପାଇଁ ସର୍ଭିସ ଚାର୍ଜକୁ ଅଲଗା ରଖାଯାଇଛି । ବ୍ଲୁ-ଟିକ୍ ମୋବାଇଲ୍ ୟୁଜର୍ସଙ୍କ ପାଇଁ ମାସକୁ ୯୦୦ଟଙ୍କା ସର୍ଭିସ ଚାର୍ଜ ଦେବାକୁ ପଡ଼ିବ ।
ଗତ ବର୍ଷ ୪୪ ବିଲିୟନ୍ ଡଲାର୍ ଦେଇ ଟ୍ୱିଟରକୁ କିଣିଥିଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ । ଏହାପରେ ମସ୍କ ମାଇକ୍ରୋ ବ୍ଲଗିଂ ଆପ ଟ୍ୱିଟରରେ ଅନେକ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ମଧ୍ୟ ଏଲନ ମସ୍କ ବ୍ଲୁଟିକ୍ ପାଇଁ ଆଗକୁ ଚାର୍ଜ ଦେବାକୁ ପଡ଼ିବ ବୋଲି ଘୋଷଣା କରିଥିଲେ । ଯାହା ଏବେ ଲାଗୁ ହୋଇଛି । କେବଳ ଭାରତ ନୁହେଁ ଆମେରିକା, ବ୍ରିଟେନ୍, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଜାପାନ ଭଳି ଦେଶଗୁଡିକରେ ୟୁଜର୍ସଙ୍କୁ ଟ୍ୱିଟର ବ୍ଲୁଟିକ୍ ପାଇଁ ମାସକୁ ୮ ଡଲାର ଦେବାକୁ ପଡୁଛି । ସେହିପରି ବାର୍ଷିକ ସବସ୍କ୍ରିପସନ୍ ପାଇଁ ୮୪ ଡଲାର ଦେବାକୁ ପଡୁଛି । ଆଣ୍ଡ୍ରଏଡ୍ ୟୁଜର୍ସଙ୍କଠାରୁ ଅଧିକ ୩ ଡଲାର ଚାର୍ଜ କରି ଟ୍ୱିଟର ଗୁଗୁଲକୁ କମିଶନ ପ୍ରଦାନ କରିବ । ସେହି ହିସାବରେ ଭାରତରେ ୟୁଜର୍ସଙ୍କୁ ୬୫୦ ଟଙ୍କା, ମୋବାଇଲ୍ ୟୁଜର୍ସଙ୍କୁ ୯୦୦ ଟଙ୍କା ଏବଂ ବାର୍ଷିକ ସବସ୍କ୍ରିପସନ୍ ପାଇଁ ୬୮୦୦ ଟଙ୍କା ଚାର୍ଜ ଦେବାକୁ ପଡିବ ବୋଲି ଘୋଷଣା କରାଯାଇଛି ।

Leave a Reply