Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦେଶରେ ୯୦ ରାଜ୍ୟ ସରକାରଙ୍କୁ ଭାଙ୍ଗିଛି କଂଗ୍ରେସ: ପ୍ରଧାନମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦେଶରେ ୯୦ ରାଜ୍ୟ ସରକାରଙ୍କୁ ଭାଙ୍ଗିଛି କଂଗ୍ରେସ: ପ୍ରଧାନମନ୍ତ୍ରୀ


ନୂଆଦିଲ୍ଳୀ: ଫେବୃଆରୀ ୯ ତାରିଖ ଦିନ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା କହିଛନ୍ତି ଭାରତର ଏହି ପୁରୁଣା ଦଳ ଧାରା ୩୫୬ର ଦୁରୁପଯୋଗ କରି ୯୦ ରାଜ୍ୟ ସରକାରଙ୍କୁ ଭାଙ୍ଗିଦେଇଛି । ଯେତେବେଳେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ ସେ ଧାରା ୩୫୬ ଲାଗାଇବରେ ଅର୍ଦ୍ଦଶତକ କରିଥିଲେ । କେରଳର ବାମ ଦଳ ସରକାରଙ୍କୁ ମାତ୍ର କିଛି ସମୟରେ ଭାଙ୍ଗିଦେଇଥିଲେ । ତାମିଲନାଡ଼ୁରେ ଏମଜି ରାମଚନ୍ଦ୍ରନ ଏବଂ ଏମ କରୁଣାନିଧିଙ୍କ ସରକାର ମଧ୍ୟ କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ଭାଙ୍ଗିଥିଲା । ୧୯୮୦ ରେ ଯେତେବେଳେ ଶରଦ ପୱାରଙ୍କ ସରକାରଙ୍କୁ ମଧ୍ୟ କଂଗ୍ରେସ ଭାଙ୍ଗିଥିଲା । ଦୁର୍ଭାଗ୍ୟବସତଃ ସେ ଏବେ କଂଗ୍ରେସ ପକ୍ଷରେ ରହିଛନ୍ତି । ଯେତେବେଳେ ଏନଟିଆର ଆମେରିକାକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆମେରିକା ଯାଇଥିଲେ । ସେହି ସମୟରେ କଂଗ୍ରେସ ତାଙ୍କ ସରକାର ମଧ୍ୟ ଭାଙ୍ଗିଥିଲା । ମୋଦୀ ଆହୁରି କହିଛନ୍ତି ପୁରୁଣା ସମ୍ବାଦପତ୍ରରେ ମିଳିଯିବ କିପରି ରାଜ୍ୟର ରାଜଭବନ କଂଗ୍ରେସ ଭବନରେ ପରିବର୍ତନ ହୋଇଥିଲା ।

Leave a Reply