ଆତଙ୍କୀ ଷଡ୍‌ଯନ୍ତ୍ର ମାମଲା: କାଶ୍ମୀରର ୩୨ ସ୍ଥାନରେ ଏନ୍‌ଆଇଏ ଚଢ଼ଉ

ନୂଆଦିଲ୍ଲୀ: ବିଭିନ୍ନ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ସହ ଜଡ଼ିତ କିଛି ସ୍ଥାନୀୟ କର୍ମୀମାନଙ୍କର ବିଭିନ୍ନ ଠିକଣାରେ ଚଢ଼ଉ ହୋଇଛି। କାଶ୍ମୀରର ୩୨ଟି ସ୍ଥାନରେ ଏନ୍‌ଆଇଏ ଆଜି ଆତଙ୍କୀ ଷଡ୍‌ଯନ୍ତ୍ର ମାମଲାରେ ଚଢ଼ଉ କରିଛି। ସୋପିଆନ, କୁଲଗାମ, ପୁଲୱାମା, ସୋପୁର ଏବଂ କୁପୱାଡ଼ାରେ ଚଢ଼ଉ ହୋଇଥିବା ବେଳେ ଏନ୍‌ଆଇଏ ସର୍ଚ୍ଚ ଅପରେସନ୍‌ରେ ଜମ୍ମୁ କାଶ୍ମୀର ପୁଲିସ ଏବଂ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ସହଯୋଗ କରୁଥିବା ଜଣାପଡ଼ିଛି।   ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣ ସହ ଏହି ଚଢ଼ଉର କିଛି ସମ୍ପୃକ୍ତି ନାହିଁ ବରଂ ୨୦୨୨‌ର ଏକ ମାମଲା‌ରେ ଏନ୍‌ଆଇଏ ଚଢ଼ଉ କରିଛି ।

ଜମ୍ମୁ କାଶ୍ମୀରରେ ଆକ୍ରମଣ ପାଇଁ ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ଏବଂ ସେମାନଙ୍କ ଶାଖା ଦ୍ବାରା ଷଡ୍‌ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଥିଲା।  ଲସ୍କର-ଏ-ତଏବା, ହିଜବୁଲ ମୁଜାହିଦ୍ଦିନ, ଜୈସ୍‌ ଏ ମହମ୍ମଦ ଏବଂ ସେମାନଙ୍କ ଦ୍ବାରା ପରିଚାଳିତ ବିଭିନ୍ନ ଶାଖା ତଥା ଟିଆରଏଫ୍‌ (ଦି ରେଜିଷ୍ଟାନ୍ସ ଫ୍ରଣ୍ଟ୍‌), ୟୁନାଇଟେଡ ଲିବରେସନ ଫ୍ରଣ୍ଟ୍‌ ଜମ୍ମୁ ଆଣ୍ଡ କାଶ୍ମୀର, ମୁଜାହିଦ୍ଦିନ ଗଜୱତ ଉଲ୍‌ ହିନ୍ଦ , ଜମ୍ମୁ କାଶ୍ମୀର ଫ୍ରିଡମ ଫାଇଟର୍ସ, କାଶ୍ମୀର ଟାଇଗର୍ସ , ପିଏଏଏଫ୍‌ ଦ୍ବାରା ପରିଚାଳିତ ନେଟୱର୍କ‌୍‌କୁ ଅଚଳ କରିବାପାଇଁ ଏନ୍‌ଆଇଏ ନିଜ ଆଡ଼ୁ ୨୦୨୨ ଜୁନ୍‌ ୨୧ରେ ଏକ ମାମଲା ରୁଜୁ କରିଥିଲା।  

Leave a Reply

Your email address will not be published. Required fields are marked *