Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭକ୍ତଠାରୁ ଭୋଗ ଖାଉଛି ଶଙ୍ଖ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭକ୍ତଠାରୁ ଭୋଗ ଖାଉଛି ଶଙ୍ଖ


ପାରାଦୀପ: ଘଂଟ ବାଜିବ ଶଙ୍ଖ ଚାଲିବ, ମାଟିତଳୁ ବାହାରି ଭୋଗ ଖାଇବ ଜୀବନ୍ତ ଶଙ୍ଖ । ଆପଣ କେବେ ଶଙ୍ଖ ଚାଲୁଥିବାର ଜାଣିଛନ୍ତି କି? ଶଙ୍ଖ ଭୋଗ ଖାଉଥିବାର ଦେଖିଛନ୍ତି କି? ସମସ୍ତଙ୍କ ଠାକୁର ଘରେ ଶଙ୍ଖ ରହିଥାଏ ପୂଜାଅର୍ଚ୍ଚନା ସମୟରେ ଶଙ୍ଖ ବଯାଯାଏ । ହେଲେ ଶଙ୍ଖ ଯେ ଘଂଟ ଘଂଟା ମୃଦଙ୍ଗ ବାଜିଲେ ଆପେ ଆପେ ଚାଲେ ଆପଣ କେବେ କଳ୍ପନା କରିନଥିବ । ପାରାଦୀପରେ କିନ୍ତୁ ଏକ ରହସ୍ୟ ମୟ ଗଛ ଅଛଯେଉଁଠି ବାହାରନ୍ତି ଏକାଧିକ ଜୀବନ୍ତ ଶଙ୍ଖ । ସେ ଶଙ୍ଖମାନଙ୍କୁ ଲୋକେ ଅଦୃଶ୍ୟ ଭଗବାନ କହି ପୂଜା ବି କରନ୍ତି । ମାଳିକା ବର୍ଣ୍ଣିତ ଗୁପ୍ତ ପୀଠ ରତ୍ନ ବଟ । କାହିଁ ଦୂର ଦୂରାନ୍ତରୁ ଛୁଟି ଆସନ୍ତି ସାଧୁ ସନ୍ଥ ମାନେ, ଗୁପ୍ତ ପୀଠରେ ସାଧନା କରି ଚାଲିଯାଆନ୍ତି । କୁହାଯାଏ ଓଡ଼ିଶାର ପାଂଚ ରନô ବଟ ମଧ୍ୟରୁ ପାରାଦୀପର ରନô ବଟ ଅନ୍ୟତମ । ନେହୁରୁବଙ୍ଗଳା ନିକଟ ମହାନଦୀ ଓ ବଙ୍ଗୋପସାଗର ସଙ୍ଗମ ସ୍ଥଳରେ ଜଙ୍ଗଲରେ ଏହି ବଟ
ଅବସ୍ଥିତ । ଯେଉଁଠି ଘଂଟଘଂଟା ବାଜିଲେ ଦର୍ଶନ ଦିଅନ୍ତି । ଲୋକ ଦେଇଥିବା ନଡ଼ିଆ କଦଳୀ ଓ ଖଇ ଭୋଗକୁ ଖାଆନ୍ତି, ଜୀବନ୍ତ ଶଙ୍ଖ ସ୍ଥାନୀୟ ଲୋକଙ୍କ ମନରେ ଆଶା ଓ ବିଶ୍ୱାସ ପାଲଟିଥିବା ବେଳେ ଏହି ରନô ବଟ ମୂଳେ ଯାହା ମାନସିକ କଲେ ତାହା ପୂଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ଅନେକ ଲୋକ କିଛି ପାଇବାର ଆଶାରେ ଆଠାକୁ ଧାଇଁଆସନ୍ତି ଆଉ ଦୁଃଖ ଜଣାନ୍ତି । ଦେବା ଦେବୀମାନେ ଗଛ ମୂଳରେ ପୂଜା ପାଉଥିବା ବେଳେ କେବେ କେବେ ସାପ ନେହୁଳ ଶଙ୍ଖ ଏକାଠି ଖେଳୁଥିବା ଲୋକେ ଦର୍ଶନ କରିଛନ୍ତି । ତେବେ ଅଲୌକିକତାରେ ପୂର୍ଣ୍ୟ ଏହି ରନô ବଟ ପାଖକୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବହୁ ସାଧୁ ସନ୍ଥ ଆସୁଥିଲେ ମଧ୍ୟ ଏହା ପ୍ରଶାସନର ଅଗଚରରେ ରହିଛି । ସରକାରଙ୍କ ଶୁଭ ଦୃଷ୍ଟି ଏହି ସ୍ଥାନରେ ପଡ଼ିଲେ ଏହା ପ୍ରସିଦ୍ଧ ସ୍ଥଳୀ ହୋଇପାରନ୍ତା ବୋଲି ଦାବି ହେଉଛି ।

Leave a Reply