Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଅନୁରୋଧ -ଫେବୃଆରୀ ୧୪କୁ "କାଓ ହଗ୍ ଡେ' ଭାବରେ ପାଳନ କରନ୍ତୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଅନୁରୋଧ -ଫେବୃଆରୀ ୧୪କୁ “କାଓ ହଗ୍ ଡେ’ ଭାବରେ ପାଳନ କରନ୍ତୁ


ନୂଆଦିଲ୍ଲୀ : ଏଥର ଫେବ୍ରୁଆରୀ ୧୪କୁ କାଓ ହଗ୍ ଡେ(ଉକ୍ଟଙ୍ଗ ଐଙ୍କଶ ଊବଚ୍ଚ) ଭାବେ ପାଳନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର । ଭାରତ ପଶୁ କଲ୍ୟାଣ ବୋର୍ଡ ପକ୍ଷରୁ ଏହି ଅନୁରୋଧ କରାଯାଇଛି । ଗାଈକୁ କୋଳେଇ ନେବାକୁ ଅନୁରୋଧ କରିଛି ଇଡଈଓ । ଭାରତ ସରକାରଙ୍କର ମତ୍ସ୍ୟ, ପଶୁପାଳନ ଓ ଡାଏରୀ ମନ୍ତ୍ରାଳୟର ନିଦେ୍ର୍ଦଶାନୁସାରେ ପଶୁ କଲ୍ୟାଣ ବୋର୍ଡ ଏହି ନିଦେ୍ର୍ଦଶନାମା ଜାରି କରିଛି । ଏଥିରେ କୁହାଯାଇଛି ଆମେ ସମସ୍ତେ ଜାଣନ୍ତି ଯେ ଗାଈ ଭାରତୀୟ ସଂସ୍କୃତି ଓ ଗ୍ରାମୀଣ ଅର୍ଥବ୍ୟବସ୍ଥାର ମେରୁହାଡ଼ । ଆମ ଜୀବନର ସ୍ଥାୟିତ୍ୱକୁ ବଜାଇ ରଖିଥାଏ । ପଶୁଧନ ଜୈବ ବିବିଧନତାର ପ୍ରତିନିଧିତ୍ୱ କରିଥାଏ । ମାନବ ସମାଜକୁ ସବୁକିଛି ଦେଉଥିବା ମା ଭଳି ପୋଷୁଥିବାରୁ ଗାଈକୁ କାମଧେନୁ ଓ ଗୋମାତା ବୋଲି କୁହାଯାଏ । ଏହି ଅନୁରୋଧରେ ଆହୁରି କୁହାଯାଇଛି ଯେ ଆମ ସମୟରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଗତି ଯୋଗୁ ବୈଦିକ ପରମ୍ପରା ସବୁ ବିଲୁପ୍ତ ପ୍ରାୟ ହୋଇଗଲାଣି । ପାଶ୍ଚାତ୍ୟ ସଭ୍ୟତାର ·କଚକ୍ୟ ଆମର ଭୌତିକ ସଂସ୍କୃତି ଓ ପରମ୍ପରାକୁ ଭୁଲାଇ ଦେଉଛିୟ ଗାଈରୁ ମିଳୁଥିବା ସର୍ବାଧିକ ଲାଭକୁ ଦେଖି ଗାଈକୁ କୋଳେଇ ନେବାର ଇଚ୍ଛା ଦେଶରେ ସମୃଦ୍ଧି ଆଣିଦେବ । ଏଥିରେ ବ୍ୟକ୍ତିଗତ ସାମୁହିକ ଓ ଖୁଶୀ ବଢ଼ିବ । ଏଥିପାଇଁ ଗୋମାତାର ମହତ୍ୱକୁ ଦେଖି ସମସ୍ତ ଗାଈ ପ୍ରେମୀ ଫେବ୍ରୁଆରୀ ୧୪ କାଓ ହଗ୍ ଡେ ଭାବରେ ପାଳନ କରିପାରିବେ । ଜୀବନକୁ ଖୁସୀ ରଖିପାରିବା ସହ ଜୀବନର ଶୂନ୍ୟତାକୁ ଦୂର କରିପାରିବେ । ପଶୁ କଲ୍ୟାଣ ବୋର୍ଡ ଭାରତ ସରକାରଙ୍କର ଏକ ସାମ୍ବିଧାନିକ ଶାଖା । ଏହାକୁ ପଶୁ କ୍ରୁରତା ନିରବାରଣ ଅଧିନିୟମ ୧୯୬୦(ପିସିଏ ଆକ୍ଟ) ଆଇନ ଅନୁସାରେ ସ୍ଥାପନା କରାଯାଇଥିଲା । ଏହି ବିଭାଗ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପଶୁ କଲ୍ୟାଣ ଦିଗରେ ପରାମର୍ଶ ଦେଇଥାଏ । ପଶୁମାନଙ୍କର ଭଲ କେଉଁଥିରେ ଅଛି ସେ ବିଷୟରେ ବିଭାଗ ଅବଗତ କରାଇଥାଏ । ତା ସହିତ ବିଭିଗ ପିସିଏ ଆକ୍ଟ ଦ୍ୱାରା ହେଉଥିବା ସମସ୍ତ କାର୍ଯ୍ୟର କାର୍ଯ୍ୟକାରୀତାର ବି ତଦାରଖ କରିଥାଏ ।

Leave a Reply