Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚାଇନା ଗୁପ୍ତଚର ବେଲୁନ ବିଷୟରେ ବଡ଼ ପର୍ଦ୍ଦାଫାଶ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚାଇନା ଗୁପ୍ତଚର ବେଲୁନ ବିଷୟରେ ବଡ଼ ପର୍ଦ୍ଦାଫାଶ


ନୂଆଦିଲ୍ଲୀ: ଚାଇନା ଗୁପ୍ତଚର ବେଲୁନ ବିଷୟରେ ଏକ ବଡ଼ ପର୍ଦ୍ଦାଫାଶ ହୋଇଛି । ଆମେରିକାର ଅଧିକାରୀମାନେ ଦାବି କରିଛନ୍ତି ଯେ ଚାଇନା କେବଳ ଆମେରିକା ଏବଂ ଭାରତରେ ନୁହେଁ ବରଂ ଅନ୍ୟାନ୍ୟ ଦେଶକୁ ମଧ୍ୟ ଗୁପ୍ତଚର ବେଲୁନ ପଠାଇଛି । ଆମେରିକାର ଡେପୁଟି ସେକ୍ରେଟେରୀ ୱେଣ୍ଡି ଶେର୍ମାନ ଏହି ପ୍ରସଙ୍ଗ ସହ ଜଡିତ ସୂଚନା ଭାରତ ସମେତ ବିଶ୍ୱର ୪୦ ଟି ସହଯୋଗୀ ଦେଶର ଦୂତାବାସକୁ ପ୍ରଦାନ କରି କରିଛନ୍ତି । ଚାଇନା ଗତ କିଛି ବର୍ଷ ଧରି ବେଲୁନ ମାଧ୍ୟମରେ ଗୁପ୍ତଚର କାର୍ଯ୍ୟ କରିଆସୁଛି । ଭାରତରେ ମଧ୍ୟ ଏହା ଦ୍ୱାରା ଗୁପ୍ତଚରୀ ହୋଇଛି । ୱାଶିଂଟନ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜାପାନ, ଭାରତ, ଭିଏତନାମ, ତାଇୱାନ, ଫିଲିପାଇନ୍ସ ଏବଂ ଚାଇନା ସହିତ ବିବାଦ ଥିବା ଦେଶକୁ ଏଭଳି ବେଲୁନ ପଠାଯାଇଛି । ଅନେକ ବର୍ଷ ଧରି ବେଲୁନ ମାଧ୍ୟମରେ ଗୁପ୍ତଚରୀ କରାଯାଉଛି । ଏହା ମାଧ୍ୟମରେ ଚାଇନା ସମ୍ପୃକ୍ତ ଦେଶର ସାମରିକ ଶକ୍ତି ବିଷୟରେ ସୂଚନା ସଂଗ୍ରହ କରୁଥିଲା । ଡିସେମ୍ବର ୨୦୨୧ ରୁ ଜାନୁୟାରୀ ୨୦୨୨ ମଧ୍ୟରେ ଚାଇନା ଗୁପ୍ତଚର ବେଲୁନ ଭାରତର ସାମରିକ ବେସକୁ ଗୁପ୍ତଚର କରିଛି । ଏହି ସମୟରେ ଚାଇନାର ଗୁପ୍ତଚର ବେଲୁନ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାର ଉପରେ ଉଡ଼ିଥିଲା । ସେହି ସମୟ ମଧ୍ୟରେ ଏହାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Leave a Reply