କୌଣସି ସ୍ଥାନରେ ବାଲ୍ୟ ବିବାହ ହେଲେ ସମ୍ପୃକ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ କିମ୍ବା ଅଧ୍ୟକ୍ଷ ଏ ସମ୍ପର୍କରେ ସୂଚନା ପ୍ରଦାନ କରିବେ

ଭୁବନେଶ୍ବର: କୌଣସି ସ୍ଥାନରେ ବାଲ୍ୟ ବିବାହ ହେଲେ ସମ୍ପୃକ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ କିମ୍ବା ଅଧ୍ୟକ୍ଷ ଏ ସମ୍ପର୍କରେ ସୂଚନା ପ୍ରଦାନ କରିବେ। ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷଙ୍କୁ ବାଲ୍ୟବିବାହ ସୂଚନା ଅଧିକାରୀ (ସିଏମ୍‌ଆଇଓ) ଭାବେ ଦାୟିତ୍ବ ମିଳିଛି। ଯେକୌଣସି ବାଲ୍ୟବିବାହ ହେଲେ ସେମାନେ ସମ୍ପୃକ୍ତ ଅଞ୍ଚଳର ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କୁ ଏ ସମ୍ପର୍କରେ ଅବଗତ କରିବେ। ସିଡିପିଓମାନେ ବାଲ୍ୟ ବିବାହ ନିବାରଣ ଅଧିକାରୀ (ସିଏମ୍‌ପିଓ) ଭାବେ ପୂର୍ବରୁ ଦାୟିତ୍ବ ତୁଲାଇ ଆସୁଛନ୍ତି। ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷଙ୍କୁ ସିଏମ୍‌ଆଇଓ ଭାବେ ଡେଜିଗ୍‌ନେଟ୍‌ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ରାଜ୍ୟ ପ୍ରକଳ୍ପ ନିର୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦେଶକ ଏବଂ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଅବଗତ କରାଯାଇଛି।

Leave a Reply