Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ଦିନକୁ ଦିନ ଖାଲି ହୋଇଚାଲିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ଦିନକୁ ଦିନ ଖାଲି ହୋଇଚାଲିଛି

ନୂଆଦିଲ୍ଲୀ: ଆର୍ଥିକ ସଂକଟରେ ଗତି କରୁଥିବା ପାକିସ୍ତାନର ଅବସ୍ଥା ଏବେ ସୁଧୁରିବା ପରି ମନେ ହେଉନାହିଁ । ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ଦିନକୁ ଦିନ ଖାଲି ହୋଇଚାଲିଛି । ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ୁଥିବା ପାକିସ୍ତାନ ପାଇଁ ଏବେ ଆଉ ମାତ୍ର ହାତଗଣତି କିଛି ରାସ୍ତା ବାକି ରହିଛି । ଏଥିମଧ୍ୟରେ ଗୋଟିଏ ହେଉଛି ଆନ୍ତର୍ଜାତିକ ମୁଦ୍ରାକୋଷର ସହାୟତା । ପରନ୍ତୁ ଆଇଏମ୍ଏଫ୍ କାଙ୍ଗାଳା ପାକିସ୍ତାନକୁ ଋଣ ଦେବା ପାଇଁ ଏଭଳି ସର୍ତ୍ତ ରଖିଛି ଯାହା ପାକିସ୍ତାନ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ । ବୈଶ୍ୱିକ ମୁଦ୍ରାକୋଷ ଖୁବ୍ଶୀଘ୍ର ତା’ର ଚୂଡ଼ାନ୍ତ ତାଲିକା ଜାରି କରିପାରେ । ରିପୋର୍ଟ ଅନୁଯାୟୀ ଆଇଏମ୍ଏଫ୍ ପାକିସ୍ତାନକୁ ଋଣ ଦେବା ପାଇଁ ଯେଉଁ ସର୍ତ୍ତରଖିଛି ତାହା ପାକ୍ ସରକାରଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି । ଅର୍ଥାତ ଆଇଏମ୍ଏଫ୍ ଶହବାଜ୍ ସରିଫ୍ଙ୍କ ସରକାରଙ୍କ ଠାରୁ ଗ୍ରେଡ୍ ୧୭ ଓ ଏହା ଉପର ର୍ୟାଙ୍କର ସରକାରୀ ଅଫିସରଙ୍କ ସଂପତ୍ତିର ସବିଶେଷ ବିବରଣୀ ଦେବାକୁ ଦାବି ରଖିଛି । କେବଳ ଏତିକି ନୁହେଁ ଏ ସମସ୍ତ ଅଫିସରଙ୍କ ବ୍ୟତୀତ ଏମାନଙ୍କ ପରିବାରର ସଂପତ୍ତିର ଡିଟେଲ୍ସ ମଧ୍ୟ ମାଗିଛି । ଗତ କିଛିଦିନ ପାକିସ୍ତାନରୁ ଏଭଳି ରିପୋର୍ଟ ଆସିଥିଲା ଯେ ପାକିସ୍ତାନ କାଙ୍ଗାଳା ହୋଇ ଚାଲିଥିବା ବେଳେ ଏମାନଙ୍କ ନେତା ଓ ଅଫିସର କିନ୍ତୁ ମାଲାମାଲ୍ ।

Leave a Reply