Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାଣିଶୁଣି ଅନୁପ୍ରବେଶ କରାଉଥିଲେ କଂଗ୍ରେସ-ବାମପନ୍ଥୀ: ଯୋଗୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାଣିଶୁଣି ଅନୁପ୍ରବେଶ କରାଉଥିଲେ କଂଗ୍ରେସ-ବାମପନ୍ଥୀ: ଯୋଗୀ

ଅଗରତାଲା : ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଚାଲିଛି । ନିର୍ବାଚନ ପ୍ରଚାର ପାଇଁ ବଡ ନେତାମାନେ ରାଜ୍ୟ ଗସ୍ତ କରୁଛନ୍ତି । ମଙ୍ଗଳବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏକ ସମାବେଶକୁ ସମ୍ବୋଧିତ କରିବା ପାଇଁ ଖୋୱାଇରେ ପହଞ୍ଚିଥିଲେ । ଏହି ସମୟରେ ସେ କଂଗ୍ରେସ ଏବଂ ବାମପନ୍ଥୀ କମ୍ୟୁନିଷ୍ଟ ପାର୍ଟିକୁ ଟାର୍ଗେଟ କରିଥିଲେ ।ସେ କହିଥିଲେ ଯେ ରାଜ୍ୟରେ ବିକାଶ କାର୍ଯ୍ୟ ପୂର୍ବରୁ ମଧ୍ୟ ହୋଇ ପାରିଥାନ୍ତା । କିନ୍ତୁ କମ୍ୟୁନିଷ୍ଟ ପାର୍ଟି ତାହା କରି ନ ଥିଲା? କଂଗ୍ରେସ ମଧ୍ୟ କରି ନ ଥିଲା । କାରଣ ରାଜ୍ୟର ବିକାଶ ସେମାନଙ୍କ ଏଜେଣ୍ଡାରେ ନଥିଲା । ସେମାନେ ଜାଣିଶୁଣି ରାଜ୍ୟରେ ଅନୁପ୍ରବେଶ କରାଉଥିଲେ । ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଥିଲେ । ଗରିବଙ୍କ ପାଇଁ ଥିବା ଯୋଜନାଗୁଡ଼ିକର ବାଟମାରଣା ହେଉଥିଲା । ରାଜ୍ୟର ବିଧାନସଭା ନିର୍ବାଚନରେ ମିଳିତ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସିପିଆଇ (ଏମ) ଏବଂ କଂଗ୍ରେସ ପ୍ରଭୁ ରାମ କିମ୍ବା କୃଷ୍ଣଙ୍କ ଅସ୍ତିତ୍ୱରେ ବିଶ୍ୱାସ କରନ୍ତି ନାହିଁ । ଉଭୟ ଦଳ ମଧ୍ୟ ଉତ୍ତରପ୍ରଦେଶର କାଶୀ ବିଶ୍ୱନାଥ ମନ୍ଦିର କରିଡୋର ଏବଂ ରାମ ମନ୍ଦିର ନିର୍ମାଣକୁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି । ତ୍ରିପୁରାର ଲୋକମାନେ ବହୁ ବର୍ଷ ଧରି ଉଭୟ କମ୍ୟୁନିଷ୍ଟ ଏବଂ କଂଗ୍ରେସ ଶାସନର ଦୁର୍ନୀତି ଦେଖିଛନ୍ତି, କିନ୍ତୁ ଏହି ଛୋଟ ଉତ୍ତର-ପୂର୍ବ ରାଜ୍ୟ ପ୍ରଥମ ଥର ପାଇଁ ଭାଜପା ଶାସନରେ ବିକାଶ ଦେଖିଛି । କଂଗ୍ରେସ ଏବଂ ସିପିଆଇ (ଏମ) ତ୍ରିପୁରାରେ ଅଧିକାଂଶ ସମୟ ଶାସନ କରିଥିଲେ ଏବଂ ବାମପନ୍ଥୀ ଶାସନର ୨୫ ବର୍ଷ ପରେ ଭାଜପା ୨୦୧୮ ରେ କ୍ଷମତାକୁ ଆସିଥିଲା । ଏହା ପରେ ରାଜ୍ୟରେ ବିକାଶ ଧାରା ଜାରି ରହିଥିବା ଯୋଗୀ କହିଛନ୍ତି।

Leave a Reply