Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ସଶସ୍ତ୍ର ସେନାକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରୁଛି ପାକିସ୍ତାନ: ଗୁଇନ୍ଦାଏଜେନ୍ସି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ସଶସ୍ତ୍ର ସେନାକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରୁଛି ପାକିସ୍ତାନ: ଗୁଇନ୍ଦାଏଜେନ୍ସି

ନୂଆଦିଲ୍ଲୀ: ଆନ୍ତର୍ଜାତିକସ୍ତରରେ ପାକିସ୍ତାନ ଭାରତ ବିରୋଧରେ ପ୍ରତିବାଦ ଉତ୍ଥାପନ କରିବା ପାଇଁ ଯୋଜନା କରିବା ସହିତ ଭାରତୀୟ ସଶସ୍ତ୍ର ବାହିନୀକୁ ବଦନାମ କରିବା ଲାଗି ଷଡ଼ଯନ୍ତ୍ର କରୁଥିବା କଥା ଗୁଇନ୍ଦା ବିଭାଗ କହିଛି । ଭାରତୀୟ ଗୁଇନ୍ଦା ଏଜେନ୍ସିଙ୍କ କହିବା ଅନୁସାରେ, ସମଗ୍ର ବିଶ୍ୱରେ ଥିବା ପାକିସ୍ତାନୀ ଦୂତାବାସଗୁଡ଼ିକୁ ପାକିସ୍ତାନ କହିଛି ଯେ, କଶ୍ମୀର ଉପତ୍ୟକାରେ ଏଭଳି ଭାବେ ଷଡ଼ଯନ୍ତ୍ର କର ଯାହା ଭାରତ ସରକାରଙ୍କ ଭାବମୂର୍ତ୍ତିକୁ କଳୁଷିତ କରିବ । ଭାରତ ବିରୋଧରେ ନୂଆ ଷଡ଼ଯନ୍ତ୍ର କରିବା ଲାଗି ପୂର୍ଣ୍ଣ ବିବରଣୀ ସହିତ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ତା’ର ଦୂତାବାସଗୁଡ଼ିକୁ ଗୁପ୍ତ ନୋଟ୍ ପ୍ରେରଣ କରିଛି ବୋଲି ମଧ୍ୟ ଗୁଇନ୍ଦା ବିଭାଗ କହିଛି । ଫେବ୍ରୁଆରି ୫ ତାରିଖରେ ପାଳନ କରାଯାଉଥିବା “କଶ୍ମୀର ସଲିଡାରିଟି ଡେ’ ଅବସରରେ ଇସ୍ଲାମାବାଦସ୍ଥିତ ପାକିସ୍ତାନ ହାଇକମିସନ୍ ତା’ର ସମସ୍ତ ଦୂତାବାସଗୁଡ଼ିକୁ ଫ୍ୟାକ୍ସ୍ ଓ ଇ-ମେଲ୍ ପଠାଇଛି । ଏଥିରେ ଭାରତୀୟ ସଶସ୍ତ୍ର ବାହିନୀକୁ ବଦନାମ କରିବା ଲାଗି ସବିଶେଷ ବିବରଣୀ ରହିଛି ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛି । ସୂଚନାଯୋଗ୍ୟ, ଶୁକ୍ରବାର ଦିନ ସେନା ଓ ଜମ୍ମୁ ଓ କଶ୍ମୀର ପୁଲିସ ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଙ୍ଗଠନ “ଜୈଶ୍-ଏ-ମହମ୍ମଦ’ର ୬ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି ।

Leave a Reply