Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆମେରିକୀୟ ସେନାର ଏକ ଲଢୁଆ ଜେଟ୍ ଗୋଟାଏ ସନ୍ଦିଗ୍ଧ ଚୀନ ‘ସ୍ପାଏ ବେଲୁନ୍’କୁ କ୍ଷେପଣାସ୍ତ୍ର ନିକ୍ଷେପ କରି ଖସାଇ ଦେଇଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମେରିକୀୟ ସେନାର ଏକ ଲଢୁଆ ଜେଟ୍ ଗୋଟାଏ ସନ୍ଦିଗ୍ଧ ଚୀନ ‘ସ୍ପାଏ ବେଲୁନ୍’କୁ କ୍ଷେପଣାସ୍ତ୍ର ନିକ୍ଷେପ କରି ଖସାଇ ଦେଇଛି

ନୂଆଦିଲ୍ଲୀ: ଶନିବାର ଦିନ ଦକ୍ଷିଣ କାରୋଲିନା ଉପକୂଳବର୍ତ୍ତୀ ଅଗଭୀର ସମୁଦ୍ର ଉପରେ ଆମେରିକୀୟ ସେନାର ଏକ ଲଢୁଆ ଜେଟ୍ ଗୋଟାଏ ସନ୍ଦିଗ୍ଧ ଚୀନ ‘ସ୍ପାଏ ବେଲୁନ୍’କୁ କ୍ଷେପଣାସ୍ତ୍ର ନିକ୍ଷେପ କରି ଖସାଇ ଦେଇଛି । ଏନେଇ ପେଣ୍ଟାଗନର ଅଧିକାରୀମାନେ ସୂଚନା ଦେଇଛନ୍ତି । ଆମେରିକା ଆକାଶରେ ଦେଖା ଦେଇଥିବା ଏହି ପର୍ଯ୍ୟବେକ୍ଷଣକାରୀ ବେଲୁନ୍ଟି ସମଗ୍ର ଉତ୍ତର ଆମେରିକାରେ ଥିବା ଗୁରୁତ୍ୱପୂର୍ଣ୍ଣ ସାମରିକସ୍ଥଳୀଗୁଡ଼ିକୁ ପର୍ଯ୍ୟବେକ୍ଷଣ କରୁଥିଲା ବୋଲି ଆମେରିକା ଅଭିଯୋଗ କହିଛି । ତେଣୁ ଗତ ଶନିବାର ବିଳମ୍ବିତ ରାତିରେ ଆମେରିକା ଭର୍ଜିନିଆସ୍ଥିତ ଲ୍ୟାଙ୍ଗ୍ଲି ଏୟାର୍ ଫୋର୍ସ ବେସ୍ରୁ ମାତ୍ର ଗୋଟିଏ ‘ଏଫ୍-୨୨’ ଲଢୁଆ ବିମାନ ଉକ୍ତ ବେଲୁନ୍କୁ ଗୋଟିଏ ‘ଏମ୍-୯ଏକ୍ସ୍ସୁପରସୋନିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରି ଅଟଲାଣ୍ଟିକ ମହାସାଗରରେ ଖସାଇ ଦେଇଥିଲା । ଏଥିସହିତ ଏହି ବେଲୁନର ଭଗ୍ନାଂଶଗୁଡ଼ିକ ଜବତ କରିବା ପାଇଁ ଏକଟିମ ଗଠନ କରାଯାଇଥିଲା । ଏହି ଟିମ ବେଲୁନ ଖସିବା ପରେ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ । ଏହି ଘଟଣାକୁ ନେଇ ଚୀନ ପ୍ରତିକ୍ରିୟା ଦେଇଛି । ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ ବେଲୁନକୁ ଏଭଳି ଖସାଇବା ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ କହିଛି, ‘ଆମେରିକା ଯେଉଁ ଭଳି ଘଟଣା ଘଟାଇଛି ତାହା ଆଦୌ ଗ୍ରହଣୀୟ ନୁହେଁ । ଏଥିପାଇଁ ଆମେ ଅସନ୍ତୋଷ ବ୍ୟକ୍ତ କରୁଛୁ ।’ ଏଥିସହିତ ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ ଆମେରିକାକୁ ଧମକ ଦେଇ କହିଛି, ‘ବେଲୁନକୁ ଟାର୍ଗେଟ କରି ଆମେରିକା ଆନ୍ତରାଷ୍ଟ୍ରୀୟ ନିୟମର ଉଲ୍ଲଂଘନ କରିଛି । ଏହି ଘଟଣାକୁ ନେଇ ଆମେ ନିଶ୍ଚିତ ଭାବେ ପ୍ରତିକ୍ରିୟା ଦେବୁ । ଏହି ଅଧିକାର ବି ଆମେ ନିଜ ପାଖରେ ସୁନିଶ୍ଚିତ କରି ରଖିଛୁ ।’

Leave a Reply