Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନ ଭାରତ ଉପରେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନ ଭାରତ ଉପରେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛି

ଭାରତ ଉପରେ ଆକ୍ରମଣ ଯୋଜନା କରୁଛି ପାକିସ୍ତାନ ପାକିସ୍ତାନ,୫ା୨(ଏଜେନ୍ସି): ପାକିସ୍ତାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏଠାରେ ଦିନକୁ ଦିନ ଅର୍ଥନୀତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଦରଦାମ୍ ବୃଦ୍ଧି ହେତୁ ଦେଶରେ ଜନସାଧାରଣମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ବି ପାକିସ୍ତାନ ଭାରତ ଉପରେ ଅ ।କ୍ରମଣ କରିବାର ଷଡ଼ଯନ୍ତ୍ର କରିବାକୁ ପଛାଉ ନାହିଁ । ପାକିସ୍ତାନ ଭାରତ ଉପରେ ବଡ଼ ଧରଣର ଅ ।କ୍ରମଣ କରିବାକୁ ଯୋଜନା କରୁଛି । ଏଥିପାଇଁ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଏଏସଅ ।ଇ ଅ ।ତଙ୍କବାଦୀଙ୍କୁ ଭର୍ତ୍ତି ବି କରୁଛି । ଏଥିରେ ଭର୍ତ୍ତି ହୋଇଥିବା ଯୁବକମାନଙ୍କୁ ଯେଉଁମାନେ ନିର୍ଦେଶ ଦେଉଛନ୍ତି ସେମାନେ ବି ପାକିସ୍ତାନର ରହିଥିବା କୁହାଯାଉଛି । ଏସବୁ ସୂଚନା ଏନଅ ।ଇଏ(ଜାତୀୟ ଗୁଇନ୍ଦା ଏଜେନ୍ସି)ର ଏଫଆଇଆରରୁ ଜଣାପଡ଼ିଛି । ଜାତୀୟ ଗୁଇନ୍ଦା ଏଜେନ୍ସି ସୂତ୍ରରୁ ପ୍ରକାଶ, ହାଇଦ୍ରାବାଦରେ ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଥିବା ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି ଯୋଜନାର ମାଷ୍ଟରମାଇଣ୍ଡ ଅବ୍ଦୁଲ ଜାହିଦ ହାଇଦ୍ରାବାଦରେ ଅ ।ତଙ୍କବାଦୀ ସହିତ ଜଡ଼ିତ ଅନେକ ଘଟଣାରେ ସାମିଲ ଥିବା ଅଭିଯୋଗ ହୋଇଛି । ଅବ୍ଦୁଲ ଜାହିଦ ଠାରୁ ହ୍ୟାଣ୍ଡ ଗ୍ରେନେଡ ଜବତ ହୋଇଛି । ଏଥିସହିତ ଅବ୍ଦୁଲ ଜାହିଦ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ବି ଅ ।ସିଛି । ଅବ୍ଦୁଲ ଲସ୍କରଏ- ତେୟବା ଓ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଏଏସଅ ।ଇ ସହିତ ଜଡ଼ିତ ପାକିସ୍ତାନ ସ୍ଥିତ ହ୍ୟାଣ୍ଡଲର୍ସ ନିର୍ଦେଶରେ ମହମ୍ମଦ ସମିଉଦ୍ଦିନ, ମାଜ ହସନ ଫାରୁକ ଓ ଅନେକ ଯୁବକଙ୍କୁ ଅ ।ତଙ୍କବାଦୀ ପାଇଁ ଭର୍ତ୍ତି କରିଥିଲା । ଅବ୍ଦୁଲ ଜାହିଦକୁ ପାକିସ୍ତାନ ହ୍ୟାଣ୍ଡଲର୍ସ ଠାରୁ ନିର୍ଦେଶ ମିଳିଥିଲା କି ସେ ନିଜର ସାଥୀଙ୍କ ସହିତ ମିଶି ହାଇଦ୍ରାବାଦ ସହରରେ ବିସ୍ଫୋରଣ କରିବା ସହିତ ଅନେକ ଅ ।ତଙ୍କବାଦୀ ଘଟଣା ଘଟାଇବ ।

Leave a Reply