Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ବିଶ୍ୱର ହୃଦୟ:ଶଙ୍କରା·ର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ବିଶ୍ୱର ହୃଦୟ:ଶଙ୍କରା·ର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ

ଜଗତସିଂହପୁର: ଭାରତ ବିଶ୍ୱର ହୃଦୟ ଏବଂ ଓଡ଼ିଶା ଭାରତର ହୃଦୟ ବୋଲି ଆଜି ଶିର୍ଲୋ ବ୍ରାହ୍ମଣଖଣ୍ଡ ସାଧୁବଟ ଗୋମତୀ ଆଶ୍ରମରେ ସର୍ବ ଭାରତୀୟ ସନ୍ଥ ମିଳନ ଉସôବ ପଞ୍ଚମ ଦିବସରେ ମୁଖ୍ୟପୁରୋଧା ଭାବେ ପୁରୀ ଗୋବର୍ଦ୍ଧନ ପୀଠ ପୀଠାଧିଶ୍ୱର ଜଗତ୍ଗୁରୁ ଶଙ୍କରା·ର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଯୋଗଦେଇ ଏହା କହିଥିଲେ । ଶଙ୍କରା·ର୍ଯ୍ୟ ଆହୁରି କହିଲେ ଯେ ବେଦ ହେଉଛି ବ୍ରହ୍ମାଣ୍ଡର ମୂଳ, ସନାତନଧର୍ମିମାନେ ବେଦ ଉପରେ ଆସ୍ଥାନ୍ୱିତ ହୋଇ ସନାତନ ଧର୍ମର ମାନବିନ୍ଦୁର ସୁରକ୍ଷା କରିବା ଆବଶ୍ୟକ । ହିନ୍ଦୁ ସନାତନ ଧର୍ମ ହିଁ ବୈଦିକ ଓ ବୈଜ୍ଞାନିକ ସିଦ୍ଧ, ପ୍ରମାଣଯୁକ୍ତ । ମହାଯନ୍ତ୍ରର ପ୍ରଭାବରେ ଆମେ ନିଶ୍ଚିତ ବିନାଶ ହେଉଛେ । ବିକାଶର ପରିଭାଷା କରିବା ପୂର୍ବରୁ ମାନବ ଓ ଜୀବ ଜଗତର କ’ଣ ହିତ ହେଉଛି ତାହା ବି·ରକୁ ନେବା ଆବଶ୍ୟକ । ସନ୍ଥମାନଙ୍କର ମାର୍ଗଦର୍ଶନରେ ଯଦି ରାଷ୍ଟ୍ର ପରି·ଳିତ ହୁଏ ଏବଂ ଶାସକମାନେ ଶାସନ କରନ୍ତି ତାହାହେଲେ ଆମ ଦେଶ ଭାରତ ନିଶ୍ଚିତ ଭାବେ ଅଳ୍ପ ସମୟ ମଧ୍ୟରେ ହିନ୍ଦୁ ରାଷ୍ଟ୍ରରେ ପରିଣତ ହେବ । ଭାରତ ହିନ୍ଦୁ ରାଷ୍ଟ୍ର ହେଉ ଏହା ତାଙ୍କର ଏକାନ୍ତ ଇଚ୍ଛା । ଏଥିପାଇଁ ସାରା ସମଜାର ସହଯୋଗ ଆବଶ୍ୟକ । ସନ୍ଥମାନେ ଆଗକୁ ଆସି ହିନ୍ଦୁରାଷ୍ଟ୍ର ପାଇଁ ସଂକଳ୍ପ ନେବା ଆବଶ୍ୟକ । ଏହି ଉତ୍ସବରେ ଭାରତ ବର୍ଷର ·ରିଧାମରୁ ଶହ ଶହ ସାଧୁସନ୍ଥମାନେ ଯୋଗଦେଇଥିବାରୁ ଶଙ୍କରା·ର୍ଯ୍ୟ ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ । ଏହି ଉତ୍ସବରେ ସର୍ବଭାରତୀୟ ସନ୍ଥ ମିଳୋନତ୍ସବ ସଭାପତି ତଥା ସାଧୁବଟ ଗୋମତୀଆଶ୍ରମର ପ୍ରତିଷ୍ଠାତା ମହନ୍ତ ବାବାଜୀ ଅକ୍ଷୟ ଦେବଦାସ ମହାରାଜ ପ୍ରତ୍ୟେକ ଘରେ ଭାଗବତ ପାଠ ହେବା ଆବଶ୍ୟକ ଏବଂ ପ୍ରତ୍ୟେକ ବ୍ୟକ୍ତି ଆଧ୍ୟାତ୍ମିକ ଦିଗରେ ·ଲିଲେ ପ୍ରକୃତ ସୁଖ, ଶାନ୍ତି, ଆନନ୍ଦର ଅଧିକାରୀ ହୋଇପାରିବ ବୋଲି କହିଥିଲେ । ଏହି ଉତ୍ସବରେ ମହନ୍ତ ସ୍ୱାମୀ ଚିନ୍ତାମଣି ପର୍ବତ, ବୃନ୍ଦାବନରୁ ଆଗତ ମହନ୍ତ ସତ୍ୟହରି ଦାସ, ମହନ୍ତ କୃଷ୍ଣଚନ୍ଦ୍ର ସାହୁ, ମହନ୍ତ ରାଧାମୋହନ ଦାସ, ଆନ୍ଧ୍ରରୁ ଆଗତ ମହନ୍ତ ମଦନ ଗୋପାଳ ଦାସ, ମହନ୍ତ ଅମୃତାନନ୍ଦ ଗିରି, ଦ୍ୱାରକାରୁ ଆଗତ ମହନ୍ତ ଆନନ୍ଦ ଦାସ, ଅଯୋଧ୍ୟାରୁ ଆଗତ ମହନ୍ତ ମଧୁସୂଦନ ଦାସ, ମହନ୍ତ ଅମୃତାନନ୍ଦ ଗିରି, ମହନ୍ତ ଗିରିଜାନନ୍ଦ ପର୍ବତ, ମହନ୍ତ ଜନାର୍ଦ୍ଦନ ଦାସ, ମହନ୍ତ ଦିନବନ୍ଧୁ ଦାସ, ଚିତ୍ରକୁଟର ମହନ୍ତ, ମହନ୍ତ ଶ୍ରୀୟାରାମ ଦାସ, ମହନ୍ତ ସଚ୍ଚିଦାନନ୍ଦ ଦାସ, ମହନ୍ତ କମଳନାଥ ଦାସ, ମହନ୍ତ ରାମଗୋପାଳ ଦାସ ପ୍ରମୁଖ ଯୋଗଦେଇ ପ୍ରତ୍ୟେକ ବ୍ୟକ୍ତି ନିଜର ପିତାମାତା ଓ ଗୁରୁଙ୍କୁ ପୂଜାକଲେ ତାହାର ମାନବ ଜନ୍ମ ସାର୍ଥକ ହେବ ଏବଂ ସେ ମୋକ୍ଷପ୍ରାପ୍ତି ହୋଇପାରିବ । ଏହି କାର୍ଯ୍ୟକ୍ରମରେ ପଣ୍ଡିତ ମାତୃପ୍ରସାଦ ମିଶ୍ର ସଂଯୋଜନା କରିଥିଲେ । ଶଙ୍କରା·ର୍ଯ୍ୟ ନିଜ ସଚିବ ସ୍ୱାମୀ ନିର୍ବି କଳ୍ପାନନ୍ଦ ସରସ୍ୱତୀ ବିରୁଧାବଳୀ ପାଠ କରିଥିଲେ । ଏଥିରେ ବ୍ରହ୍ମ·ରୀ ହୃଷିକେଶ ମହାରାଜ, ଆଦିତ୍ୟବାହିନୀ ରାଜ୍ୟ ମହାସଚିବ ଶୁଭେନ୍ଦୁ ସ୍ୱାଇଁ, ପୀଠପରିଷଦ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ ଚନ୍ଦ୍ର ରଥ, ପଣ୍ଡିତ ଲିଙ୍ଗରାଜ ପତି, ଗଣେଶ ମହାସୁଆର ମନୋଜ ପାଲ, ସତ୍ୟରଞ୍ଜନ ଦାସ, ବାହୁବଳେନ୍ଦ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ । ଏଥିଉପଲକ୍ଷେ ଅନୁଷ୍ଠିତ ଯଜ୍ଞ ଉତ୍ସବରେ କର୍ତ୍ତାଭାବେ ମନୋରଞ୍ଜନ ପ୍ରଧାନ ଓ କର୍ତ୍ତୀଭାବେ ମାଲା ପ୍ରଧାନ ବରଣୀ ହୋଇଛନ୍ତି । ଏହି କାର୍ଯ୍ୟକ୍ରମକୁ ସର୍ବଭାରତୀୟ ମିଳନ ଉସôବର ସଂଯୋଜକ ବିଜୟ କୁମାର ସ୍ୱାଇଁ, ବାବା ଶ୍ରୀନିବାସ ଦାସ, ବାବା ନିମାଇଁ ଚରଣ ଦାସ, ବାବା ବୈଷ୍ଣବ ଚରଣ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଏହି ଆଧ୍ୟାତ୍ମିକ ମହୋସôବରେ ୨୦ ହଜାରରୁ ଉଦ୍ଧ୍ୱର୍ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

Leave a Reply