Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଯାଜପୁର ଜିଲ୍ଲା ର କାର୍ଯ୍ୟକର୍ତ୍ତା ଶିବିର ଅନୁଷ୍ଠିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଯାଜପୁର ଜିଲ୍ଲା ର କାର୍ଯ୍ୟକର୍ତ୍ତା ଶିବିର ଅନୁଷ୍ଠିତ

ଯାଜପୁର ଜିଲ୍ଲା ର କଲେଜ ଛକ ଶିଶୁମନ୍ଦିର ଠାରେ ଫେବ୍ରୁଆରି ୪ ତାରିଖ ଶନିବାର ଅପରାହ୍ନ ୫ ରୁ ରବିବାର ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର କାର୍ଯ୍ୟକର୍ତ୍ତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ର ୧୦ ଟି ଖଣ୍ଡ ଏବଂ ୨ ଟି ନଗର ର ଶତାଧିକ ସ୍ଵୟଂସେବକ ଭାଗ ନେଇଥିଲେ । ଏହି ଶିବିର ର ଉଦଘାଟନ ବୈଠକରେ ପ୍ରାନ୍ତ ପ୍ରଚାର ପ୍ରମୁଖ ରବି ନାରାୟଣ ପଣ୍ଡା, ବିଭାଗ ସଂଘ ଚାଳକ ମାନନୀୟ କାମପାଳ ସାହୁ, ବାଲେଶ୍ଵର ବିଭାଗ ପ୍ରଚାରକ ଚନ୍ଦ୍ର ଶେଖର ମହାପାତ୍ର, ଜିଲ୍ଲା ସଂଘ ଚାଳକ ମାନନୀୟ୍ ବଟକୃଷ୍ଣ ଜେନା, ଜିଲ୍ଲା କାର୍ଯ୍ୟବାହ ବରୁଣ ବନଛୋର , ସହ କାର୍ଯ୍ୟବାହ ଅମିୟ ସାମଲ ଯୋଗଦେଇ ଥିଲେ । ସମାରୋପ ବୈଠକରେ ବିଭାଗ ପ୍ରଚାରକ ସ୍ଵୟଂସେବକ ମାନଙ୍କୁ ମାର୍ଗଦର୍ଶକ କରିଥିଲେ । ପରିଶେଷରେ ସ୍ଵୟଂସେବକ ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ କଲେଜ ଶିଶୁମନ୍ଦିର ପର୍ୟ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା ରେ ଆସିଥିଲେ ।

Leave a Reply