Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଟଙ୍କା ଓ ଅସ୍ତ୍ରଶସ୍ତ ବନ୍ଦ ତ-କାଶ୍ମୀରରେ ଜିହାଦ ବନ୍ଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଟଙ୍କା ଓ ଅସ୍ତ୍ରଶସ୍ତ ବନ୍ଦ ତ-କାଶ୍ମୀରରେ ଜିହାଦ ବନ୍ଦ


ମୁଜାଫରାବାଦ : ଯଦି ଟଙ୍କା ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ ନାହିଁ, ତେବେ କଶ୍ମୀରରେ ଜିହାଦ ହୋଇପାରିବନାହିଁ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଏପରି ରୋକଠୋକ୍ ଶୁଣାଇ ଦେଇଛନ୍ତି ବିଭିନ୍ନ ଆତଙ୍କବାଦୀ ସଂଗଠନ । ଗୁଇନ୍ଦା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଜାନୁଆରୀ ପ୍ରଥମ ସପ୍ତାହରେ ମୁଜାଫରାବାଦରେ ୟୁନାଇଟେଡ୍ ଜିହାଦ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆତଙ୍କବାଦୀ ସୟଦ ସଲାହୁଦ୍ଦିନ ସଭାପତିତ୍ୱ କରିଥିଲା ଏବଂ ଏଥିରେ ଲସ୍କର, ଜୈଶ ଏବଂ ହିଜବୁଲର କମାଣ୍ଡର ତଥା ଆଇଏସଆଇର ଶୀର୍ଷ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଆତଙ୍କବାଦୀ ନେତାମାନେ କଶ୍ମୀରରେ ଆତଙ୍କବାଦୀ ଘଟଣା ଘଟାଇବା ପାଇଁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇଠାରୁ ଅର୍ଥ ଏବଂ ଅସ୍ତ୍ରଶସ୍ତ୍ର ସହାୟତା ମାଗିଥିଲେ । ଏସବୁ ନଦେଲେ କଶ୍ମୀରରେ ଜିହାଦ ହୋଇପାରିବ ନାହିଁ ବୋଲି ଜଣାଇଦେଇଥିଲେ ।

Leave a Reply