Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବ୍ରିଟେନରେ ଦରମା ବୃଦ୍ଧି ନେଇ ରାଜରାସ୍ତାରେ କର୍ମଚାରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବ୍ରିଟେନରେ ଦରମା ବୃଦ୍ଧି ନେଇ ରାଜରାସ୍ତାରେ କର୍ମଚାରୀ


ବ୍ରିଟେନ୍ : ବ୍ରିଟେନରେ ଦୀର୍ଘ ୧୦ ବର୍ଷ ପରେ ଦେଖିବାକୁ ମିଳିଛି ବଡ ଧର୍ମଘଟ । ପ୍ରଭାବିତ ହୋଇଛନ୍ତି ଅନେକ ଶିକ୍ଷାନଷ୍ଠାନ । ଦରମା ବଢାଇବା ଦାବିରେ ଫେବୃୟାରୀ ୨ ତାରିଖ ଦିନ ରାସ୍ତାକୁ ଓହ୍ଲାଇଛନ୍ତି ବ୍ରିଟେନର ଅନେକ କର୍ମଚାରୀ । ଏହି ଧର୍ମଘଟରେ ସାମିଲ ହୋଇଛନ୍ତି ଶିକ୍ଷକ, ବିଶ୍ୱ ବିଦ୍ୟାଳୟ ଅଧ୍ୟାପକ, ଟ୍ରେନ ଏବଂ ବସ୍ ଡ୍ରାଇଭର ତଥା ସରକାରୀ କ୍ଷେତ୍ରର କର୍ମଚାରୀମାନେ । ପ୍ରାୟ ଏକ ଦଶଦ୍ଧି ମଧ୍ୟରେ ଦେଶରେ ପ୍ରଥମ ଥର ପାଇଁ ଏଭଳି ପରିସ୍ଥିତି ଉପୁଜିଛି । ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଧର୍ମଘଟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ । ଇଂଲଣ୍ଡ ଓ ୱେଲ୍ସରେ ଶିକ୍ଷକମାନେ ବିଦ୍ୟାଳୟ ତ୍ୟାଗ କରିଛନ୍ତି । ଯାହା ଫଳରେ ୨୩ ହଜାର ବିଦ୍ୟାଳୟ ପ୍ରଭାବିତ ହୋଇଛି । ଏହି ଅଞ୍ଚଳର ପ୍ରାୟ ୮୫ ପ୍ରତିଶତ ବିଦ୍ୟାଳୟ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ବନ୍ଦ ରହିବ ବୋଲି ଆକଳନ କରାଯାଇଛି । ସେପଟେ ଏନେଇ ଶିକ୍ଷାମନ୍ତ୍ରୀ ଗିଲିୟାନ୍ କିଗାନ୍ କହିଛନ୍ତି, ‘କର୍ମଚାରୀ ସଂଘମାନେ ଏପରି ନିଷ୍ପତି ନେଇଥିବାରୁ ମୁଁ ନିରାଶ, ଏହା କୌଣସି ଅନ୍ତିମ ଉପାୟ ନୁହେଁ । ଆମେ ବର୍ତ୍ତମାନ ବି ଆଲୋଚନା କରିପାରିବା ।‘ ଧର୍ମଘଟରେ ଶିକ୍ଷକ ବ୍ୟତୀତ ଟ୍ରେନ୍ ଏବଂ ବସ୍ ଡ୍ରାଇଭର ଏବଂ ସରକାରୀ କର୍ମଚାରୀ ସାମିଲ ଅଛନ୍ତି । ଏଥିରେ ଦେଶର ୧୨୪ ଟି ସରକାରୀ ବିଭାଗର ପ୍ରାୟ ଏକ ଲକ୍ଷ କର୍ମଚାରୀ ମଧ୍ୟ ଜଡିତ ଅଛନ୍ତି । ଏହା ବ୍ୟତୀତ ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ ଆସନ୍ତା ସପ୍ତାହରେ ଧର୍ମଘଟ କରିବାକୁ ଯୋଜନା କରୁଛନ୍ତି । ଫେବୃଆରୀ ୬ ରେ ନର୍ସ ଏବଂ ଆମ୍ବୁଲାନ୍ସ କର୍ମଚାରୀମାନେ କରିବେ ଧର୍ମଘଟ ।

Leave a Reply