Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
‘ଇସଲାମ ନଗର’ ନାମ ହେଲା‘ଜଗଦୀଶପୁର’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

‘ଇସଲାମ ନଗର’ ନାମ ହେଲା‘ଜଗଦୀଶପୁର’


ଭୋପାଳ: ମଧ୍ୟପ୍ରଦେଶ ସରକାର ଭୋପାଳ ଜିଲ୍ଲାରେ ଅବସ୍ଥିତ ଇସଲାମ ନଗର ଗ୍ରାମକୁ ଜଗଦୀଶପୁର ନାମରେ ନାମିତ କରିଛନ୍ତି । ଏବଂ ସରକାରଙ୍କର ଏହି ନିଷ୍ପତ୍ତିକୁ ଅବିଳମ୍ବେ କାର୍ଯ୍ୟକାରୀ କରାଯାଇଛି । ଫେବୃଆରୀ ୧ ତାରିଖ ଦିନ ମଧ୍ୟପ୍ରଦେଶ ପ୍ରଶାସନ ଏକ ସରକାରୀ ବିଜ୍ଞପ୍ତିରେ ଏହି ପରିବର୍ତ୍ତନ ଘୋଷଣା କରିଥିଲେ ଏବଂ ତୁରନ୍ତ ନାମରେ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରିଥିଲେ । ଇସଲାମ ନଗର ଗ୍ରାମକୁ ଜଗଦୀଶପୁର ନାମରେ ନାମିତ କରିବା ପାଇଁ ଜାରି କରିଥିବା ବିଜ୍ଞପ୍ତିରେ ମଧ୍ୟପ୍ରଦେଶ ରାଜ୍ୟ ସରକାର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ନାମ ପରିବର୍ତ୍ତନ ପାଇଁ ନିଆଯାଇଥିବା ନିଷ୍ପତ୍ତି ଉପରେ ନିଜର ସମ୍ମତ୍ତି ପ୍ରଦାନ କରିଛି । ଏଥିରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ଗୃହ ମନ୍ତ୍ରାଳୟ ଗତ ସେପ୍େଟମ୍ବର ୧୫,୨୦୨୨ରୁ ପୁନଃନାମକରଣ ଜାରି କରିଥିଲା । ଏହର ପୂର୍ବରୁ ଫେବ୍ରୁଆରି ୨୦୨୧ରେ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱାଧୀନ ସରକାର ହୋଶାଙ୍ଗାବାଦର ନାମକୁ ପରିବର୍ତ୍ତନ କରି ନର୍ମଦାପୁରମ୍ ଭାବେ ନାମିତ କରିଥିବା ବେଳେ ନସରଉଲ୍ଲାଗଞ୍ଜର ନାମକୁ ପରିବର୍ତ୍ତନ କରି ଭାଇରୁଣ୍ଡା ନାମରେ ନାମିତ କରିଥିଲେ ।

Leave a Reply