Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜିହାଦୀ ସଂଗଠନମାନଙ୍କ ଫୁଟାଣି ଯାଉନାହିଁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜିହାଦୀ ସଂଗଠନମାନଙ୍କ ଫୁଟାଣି ଯାଉନାହିଁ



ଲାହୋର : ଭୟଙ୍କର ଆର୍ଥôକ ସଂକଟରେ ପଡ଼ିଥିବା ପାକିସ୍ତାନ ଏବେ ସହାୟତା ପାଇଁ ବିଶ୍ୱର ବିଭିନ୍ନ ଦେଶ ଆଗରେ ହାତ ପତଉଥିବାବେଳେ ଜିହାଦୀ ସଂଗଠନମାନଙ୍କ ଫୁଟାଣି ଯାଉନାହିଁ । ସେମାନେ ବିଭିନ୍ନ ଦେଶ ଆଗରେ ହାତ ପତେଇବା ଅପେକ୍ଷା ହାତରେ ପରମାଣୁ ବୋମା ଧରି ଧମକ ଦିଅ ଆପେ ଆପେ ଅର୍ଥ ଆସିବ ବୋଲି ପାକିସ୍ତାନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ପାକିସ୍ତାନ ସରକାରଙ୍କୁ ଏପରି ଅଜବ ପରାମର୍ଶ ଦେଇଛନ୍ତି ମୌଳବାଦୀ ସଂଗଠନ ତେହରିକ-ଏ-ଲାବବାଇକର ମୁଖ୍ୟ ହାଫିଜ ସାଦ ହୁସେନ ରିଜଭି । ଶେହବାଜ ସରିଫ ସରକାରଙ୍କୁ ପରମାଣୁ ବୋମା ଧମକ ରେ ବିଶ୍ୱକୁ ଭୟଭୀତ କରିବାକୁ ରିଜଭି କହିଛନ୍ତି । ଲାହୋରରେ ଅନୁଷ୍ଠିତ ଏକ ଜିହାଦୀ ସମ୍ମିଳନୀରେ ଭାଷଣ ଦେଇ ସେ କହିଛନ୍ତି ଯେ ପାକିସ୍ତାନର “ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀ ଏବଂ ସେନା ମୁଖ୍ୟମାନଙ୍କୁ ପଠାଇ ସରକାର ବିଶ୍ୱକୁ ଭିକ ମାଗୁଛନ୍ତି । କେତେକ ଦେଶ ସାହାଯ୍ୟ କରୁଛନ୍ତି ଏବଂ କିଛି ଦେଶ ସାହାଯ୍ୟ କରୁନାହାନ୍ତି ଏବଂ ଆଉ କିଛି ଦେଶ ନାନା ସର୍ତ୍ତ ଆରୋପ କରୁଛନ୍ତି । ଏଣୁ ପାକିସ୍ତାନର କ୍ୟାବିନେଟ ମନ୍ତ୍ରୀମାନେ ବିଦେଶକୁ ଯିବାବେଳେ ଗୋଟିଏ ହାତରେ ଧର୍ମପୁସ୍ତକ ଧରି ଅନ୍ୟ ହାତରେ ପରମାଣୁ ବୋମା ଯାଆନ୍ତୁ, ଦେଖିବେ ସମଗ୍ର ବିଶ୍ୱ ଆପଣଙ୍କ ପାଦ ତଳକୁ ଆସିବ । ତାଙ୍କର ଏହି ବୟାନକୁ ନେଇ ପାକିସ୍ତାନ ସରକାରଙ୍କ ପ୍ରତିକ୍ରିୟା ଆସିନାହିଁ ।

Leave a Reply