Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏକାଧିକ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା : ସଂସଦରେ ଏହି ବିଷୟରେ ନିଷ୍ପତ୍ତି ନେବାକୁ ପଡିବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏକାଧିକ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା : ସଂସଦରେ ଏହି ବିଷୟରେ ନିଷ୍ପତ୍ତି ନେବାକୁ ପଡିବ


ନୂଆଦିଲ୍ଲୀ : ରାଜନେତାମାନଙ୍କୁ ଯେ କୌଣସି ଏକ ପଦବୀ ପାଇଁ ଗୋଟିଏରୁ ଅଧିକ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାରଣ କରିବାକୁ ଉଚ୍ଚତମ ନ୍ୟାୟାଳୟରେ କରାଯାଇଥିବା ଏକ ଆବେଦନ ଫେବୃଆରୀ ୨ ତାରିଖ ଦିନ ଖାରଜ ହୋଇଛି । ଶୀର୍ଷକୋର୍ଟ ଏହି ଆବେଦନକୁ ଖାରାଜ କରିଦେଇଛନ୍ତି । ଏହି ମାମଲା ଆଇନଗତ ନୀତି ସହ ଜଡିତ ବୋଲି କୋର୍ଟ କହିଛନ୍ତି । ସେଥିପାଇଁ ସଂସଦରେ ଏହି ବିଷୟରେ ନିଷ୍ପତ୍ତି ନେବାକୁ ପଡିବ । ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ଯେ ଜଣେ ପ୍ରାର୍ଥୀଙ୍କୁ ଗୋଟିଏରୁ ଅଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଆଇନଗତ ନୀତିର ପ୍ରସଙ୍ଗ । ତେଣୁ ଏହି ବିକଳ୍ପ ରାଜନୈତିକ ଗଣତନ୍ତ୍ରରେ ଲୋକଙ୍କୁ ଦିଆଯିବା ଉଚିତ କି ନୁହେଁ ତାହା ସଂସଦର ନିଷ୍ପତ୍ତି ହେବ ।

Leave a Reply