Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମଚରିତମାନସ ବିବାଦ: ଏସପି ଏବଂ ଆରଜେଡିର ମାନ୍ୟତା ରଦ୍ଦ ପାଇଁ ବିଶ୍ୱ ହିନ୍ଦୁ ପରିଷଦର ଦାବି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମଚରିତମାନସ ବିବାଦ: ଏସପି ଏବଂ ଆରଜେଡିର ମାନ୍ୟତା ରଦ୍ଦ ପାଇଁ ବିଶ୍ୱ ହିନ୍ଦୁ ପରିଷଦର ଦାବି


ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ ଫେବୃଆରୀ ୨ ତାରିଖ ଦିନ ରାମଚରିତମାନସ ବିବାଦକୁ ନେଇ ସମାଜବାଦୀ ପାର୍ଟି ଏବଂ ଆରଜେଡିର ମାନ୍ୟତା ରଦ୍ଦ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଛି । ଏହି ବିଷୟରେ ନିର୍ବାଚନ ଆୟୋଗଙ୍କୁ ଭେଟିବା ପାଇଁ ସମୟ ମାଗିଛି ବିଶ୍ୱ ହିନ୍ଦୁ ପରିଷଦ । ବିଶ୍ୱ ହିନ୍ଦୁ ପରିଷଦ କହିଛି ଯେ ନିର୍ବାଚନ ଆୟୋଗ ଏସପି ଏବଂ ଆରଜେଡିର ମାନ୍ୟତା ରଦ୍ଦ କରିବା ଦରକାର । ବିଶ୍ୱ ହିନ୍ଦୁ ପରିଷଦ କହିଛି ଯେ ଏହି ଦୁଇ ପାର୍ଟି ରାମଚରିତମାନସ ବିରୋଧରେ ନିଜ ନେତାଙ୍କ ଦ୍ୱାରା ଦିଆଯାଇଥିବା ବିବାଦୀୟ ଟିପ୍ପଣୀ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ଯେଉଁ ଅଧିନିୟମରେ ସେମାନଙ୍କୁ ରାଜନୈତିକ ଦଳ ଭାବେ ପଞ୍ଜିକୃତ କରାଯାଇଛି, ସେହି ନିୟମର ଏହା ଉଲ୍ଲଂଘନ କରୁଛି । ଭିଏଚପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାରଙ୍କୁ ସମୟ ମାଗିଛନ୍ତି । ଭିଏଚପିର ଅଭିଯୋଗ ସମାଜବାଦୀ ପାର୍ଟି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ନିଜ ବୟାନରେ ‘ରାମଚରିତମାନସ’ର ଅପମାନ କରିବା ଏବଂ ଏହା ପୃଷ୍ଠା ଜଳାଇ ଦେଶର ନାଗରିକଙ୍କ ଏକ ବର୍ଗର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛନ୍ତି । ଏହା ଜାଣିଶୁଣି କରିଥିବା ଏକ ଦୁର୍ଭାଗ୍ୟପୂର୍ଣ୍ଣ କାର୍ଯ୍ୟ ଅଟେ । ଏହାସହ ଦାବି କରାଯାଉଛି ଯେ ମୌର୍ଯ୍ୟଙ୍କ ଟିପ୍ପଣୀ ଉପରେ ତାଙ୍କୁ ମହାସଚିବ ପଦକୁ ପଦୋନ୍ନତି ଦିଆଯାଇଥିଲା, ଏହା ପ୍ରମାଣିତ କରୁଛି ଯେ ତାଙ୍କ ବୟାନକୁ ଦଳ ସମର୍ଥନ କରୁଛି ।

Leave a Reply