Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବୋମାରେ ଉଡ଼ାଇଦେବୁ ରାମ ମନ୍ଦିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବୋମାରେ ଉଡ଼ାଇଦେବୁ ରାମ ମନ୍ଦିର


ଅଯୋଧ୍ୟା: ଉତ୍ତରପ୍ରଦେଶ ଅଯୋଧ୍ୟାର ରାମ ଜନ୍ମଭୂମିକୁ ବୋମାରେ ଉଡ଼ାଇଦେବାକୁ ମିଳିଛ ଧମକ । ରାମ ଜନ୍ମଭୂମିର ୟୋଲୋ ଜୋନ ଅଞ୍ଚଳ ସ୍ଥିତ ରାମଲାଲା ସଦନରେ ରହୁଥିବା ମନୋଜ କୁମାରଙ୍କ ମୋବାଇଲକୁ ଏହି ଫୋନ୍ କଲ୍ ଆସିଥିଲା । ଏଥିରେ ଜଣେ ଅଜ୍ଞାତ ଯୁବକ ଫୋନ କରି ମନୋଜଙ୍କୁ ଏହି ଧମକ ଦେଇଥିଲେ । ଉକ୍ତ ଧମକ ସକାଳ ସାଢ଼େ ୫ଟାରେ ଆସିଥିଲା । ସକାଳ ୧୦ଟା ସୁଦ୍ଧା ରାମ ଜନ୍ମଭମିକୁ ଉଡ଼ାଇ ଦେବେ ବୋଲି ଧମକ ଦେଇଥିବା ବ୍ୟକ୍ତି କହିଥିଲେ । ଏହାପରେ ମନୋଜଙ୍କ ସୂଚନା ଅନୁଯାୟୀ ଥାନା ପ୍ରଭାରୀ ଏକ ଏଫ୍?ଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଏହି ମାମଲାକୁ ନେଇ ଥାନା ରାମ ଜନ୍ମଭୂମିର ପ୍ରଭାରୀ ସଞ୍ଜୀବ କୁମାର କହିଛନ୍ତି, ଗୁରୁବାର ମନୋଜ କୁମାରଙ୍କୁ ଜଣେ ଅଜ୍ଞାତ ଫୋନ୍ ଆସିଥିଲା । ବର୍ତ୍ତମାନ ମନୋଜ ପ୍ରୟାଗରାଜ ମାଘ ମେଳାରେ ଅଛନ୍ତି । ତାଙ୍କୁ ସକାଳ ୬ଟାରେ ଫୋନରେ ଏହି ଧମକ ମିଳିଥିଲା । କେବଳ ଏତିକି ନୁହେଁ, ଅଜ୍ଞାତ ଯୁବକ ଜଣଙ୍କ ଦିଲ୍ଲୀର ବୋଲି ମନୋଜଙ୍କୁ କହି ସକାଳ ୧୦ଟାରେ ରାମ ଜନ୍ମଭୂମିକୁ ବୋମାରେ ଉଡାଇଦେବେ ବୋଲି କହିଥିଲେ । ଏହି ମାମଲାର ସୂଚନା ମିଳିବା ପରେ ପୋଲିସ ସତର୍କ ହେବା ସହ ଯାଞ୍ଚ ଅଭିଯାନକୁ ଜୋରଦାର କରିଛି । ଏଥିସହ ଯେଉଁ ନମ୍ବରରୁ ଫୋନ୍ କଲ୍ ଆସିଥିଲା ତା’କୁ ମଧ୍ୟ ଯାଞ୍ଚ କରାଯାଉଛି । ଏତଦ୍ ବ୍ୟତୀତ କ୍ୟାମ୍ପସ ପରିସରରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ସତର୍କ କରାଯାଇଥିବା ସଞ୍ଜୀବ କୁମାର କହିଛନ୍ତି ।

Leave a Reply