Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନ ଏବେ ପସ୍ତାଉଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନ ଏବେ ପସ୍ତାଉଛି


ଇସଲାମବାଦ : ଅତୀତରେ ପାକିସ୍ତାନ ତାର ଭୁଲ ବିଦେଶ ନୀତି ବର୍ତ୍ତମାନ କିପରି ପସ୍ତଉଛି ତା ଉପରେ ପାକ୍ ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଅସିଫ ଜାନୁଆରୀ ୩୧ ତାରିଖ ଦିନ ପାକିସ୍ତାନ ସଂସଦରେ ଦୃଷ୍ଟି ଆକର୍ଷଣ କରିଥିଲେ । ଆଫଗାନିସ୍ତାନରେ ଋଷିଆର ଅଧିଗ୍ରହଣ କଥା ମନେ ପକାଇ ପ୍ରତିରକ୍ଷାମନ୍ତ୍ରୀ କହିଥିଲେ ଯେତେବେଳ ଋଷ ଆଫଗାନିସ୍ତାନ ଅଧିଗ୍ରହଣ କରିଥିଲା ସେତେବେଳେ ପାକିସ୍ତାନ ଆମେରିକାକୁ ଭଡ଼ା ସୂତ୍ରରେ ସେବା ଯୋଗାଇ ଦେଇଥିଲା । ଏନେଇ ଆମେରିାକ ସହିତ ହୋଇଥିଲ ୩ଟି ଚୁକ୍ତି ୮-୯ ବର୍ଷ ପର୍ଯ୍ୟନ୍ତ ·ଲିଥିଲା । ଋଷକୁ ପରାସ୍ତ କରିବା ଖୁସିୀରେ ଅମେରିକା ୱାଶିଂଟନ ଫେରିଯାଇ ଖୁସୀର ଉତ୍ସବ ପାଳନ କରିଥିଲା । ଆଉ ଆଗାମୀ ଦଶବର୍ଷ ପର୍ଯ୍ୟନ୍ତ ପରିଣାମ ଭୋଗିବାକୁ ପାକିସ୍ତାନକୁ ଛାଡ଼ି ଦିଆଗଲା । ୧୦ ବର୍ଷ ଅତିକ୍ରମ କରିବା ପରେ ୯/୧୧ ଆକ୍ରମଣ ହୋଇଥିଲା । ଏହାପରେ ଆମେରିକା ଠାରୁ ଧମକ ଆସିଲା ଆଉ ଆମେ ଆଉ ଗୋଟେ ଯୁଦ୍ଧରେ ଫସିଗଲେ । ଏହି ଦୁଇଟି ଯୁଦ୍ଧରେ ପାକିସ୍ତାନ ହସ୍ତକ୍ଷେପ ଆମ ଘର ସ୍କୁଲ୍ ଓ ବଜାର ପର୍ଯ୍ୟନ୍ତ ଆତଙ୍କବାଦକୁ ପ୍ରସାରିତ କରି ଦେଇଛି ।

Leave a Reply