Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆମେ ହିଁ ଆତଙ୍କବାଦର ମଞ୍ଜି ବୁଣୁଛେ : ପାକିସ୍ତାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମେ ହିଁ ଆତଙ୍କବାଦର ମଞ୍ଜି ବୁଣୁଛେ : ପାକିସ୍ତାନ



ଇସଲାମବାଦ : : ଜାନୁଆରୀ ୨୭ ତାରିଖ ଦିନ ପାକିସ୍ତାନର ପେସାୱାର ଏକ ମସ୍ଜିଦ୍ରେ ଶୁକ୍ରବାର ନମାଜ ପାଠ ସମୟରେ ୩୦୦-୪୦୦ ମସ୍ଜିଦ୍ରେ ଏକତ୍ର ହୋଇଥିଲେ । ଏଠାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ଆତ୍ମଘାତି ବିସ୍ଫୋରଣରେ ପାଖାପାଖି ୧୦୦ ଜଣଙ୍କର ମୃତୁ୍ୟ ହୋଇଥିଲା । ୧୭୦ ଜଣ ଆହତ ହୋଇଥିଲେ । ଏଥିରେ ପୂରା ଦେଶରେ ଶୋକରେ ଛାୟା ଖେଳିଯାଇଥିଲା । ତେବେ ଆଜି ଦେଶର ଯେଉଁ ଅବସ୍ଥା ହୋଇଛି ସେଥିପାଇଁ ପାକିସ୍ତାନ ନିଜେ ଦାୟୀ ବୋଲି ପାକ୍ ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଅସିଫ କହିଛନ୍ତି । ପାକିସ୍ତାନ ଆତଙ୍କବାଦୀର ମଞ୍ଜି ବୁଣୁଥିବା ଅସିଫ୍ କହିଛନ୍ତି । ଏନେଇ ପାକିସ୍ତାନ ଗଣମାଧ୍ୟମ “ଦି ଡନ୍’ରେ ଖବର ପ୍ରକାଶ ପାଇଛି । ଏହି ଘଟଣା ପରେ ଜାନୁଆରୀ ୩୧ ତାରିଖ ଦିନ ପାକିସ୍ତାନ ସଂସଦରେ ପ୍ରତିକ୍ରିୟା ରଖି ପ୍ରତିରକ୍ଷାମନ୍ତ୍ରୀ ଅସିଫ୍ କହିଛନ୍ତି ମୁଁ ବେଶି ସମୟ କହିବି ନାହିଁ । କିନ୍ତୁ ମୁଁ ଆରମ୍ଭରୁ କମ୍ କହିବାକୁ ·ହୁଁଛି ଯେ ଆମେ ହିଁ ଆତଙ୍କବାଦର ମଞ୍ଜି ବୁଣୁଛେ । ଯେଉଁ ଆତ୍ମଘାତି ମସ୍ଜିଦ ପରିସରରେ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଲା ସେ ଜୁହର ପ୍ରାର୍ଥନାକାରୀଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲା । ଭାରତ ଓ ଇସ୍ରାଏଲରେ ପ୍ରାର୍ଥନା ସମୟରେ ଉପାକସମାନଙ୍କର ହତ୍ୟା ହୁଏନି କିନ୍ତୁ ପାକିସ୍ତାନର ହୁଏ । ତେଣୁ ଏହି ଦୁଃଖଦ ଘଟଣା ପାଇଁ ଆମେ କହାକୁ ଦାୟୀ କରିବା ବୋଲି ଅଶିଫ୍ ପ୍ରଶ୍ନ କରିଥିଲେ । ଆତଙ୍କବାଦ ବିରୋଧରେ ପୂରା ଦେଶ ଏକାଠି ହେବା ଉଚିତ । ତା ପରେ ଯାଇ ଆତଙ୍କବାଦୀ ବିରୋଧୀ ଲଢ଼େଇ କରାଯାଇପାରିବ ବୋଲି ଖ୍ୱାଜା ଅସିଫ କହିଛନ୍ତି । କୌଣସି ଧର୍ମ ଓ ବିଭାଗକୁ ନେଇ ଆତଙ୍କବାଦୀର ବର୍ଗୀକରଣ କରାଯାଇ ନପାରେ । ଏମାନେ ଧର୍ମ ନାଁ ନେଇ ମୂଲ୍ୟବାନ ଜୀବନ ନେଇଯାଆନ୍ତି । ବର୍ତମାନ ସମୟ ଆସିଯାଇଛି ଯେ ପାକିସ୍ତାନ ନିଜ ଘରକୁ ବ୍ୟବସ୍ଥିତ କରି ରଖିବାର ।

Leave a Reply