Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାରିପଦା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଶାଳ ସମ୍ମିଳନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାରିପଦା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଶାଳ ସମ୍ମିଳନୀ

ବାରିପଦା: ଶିକ୍ଷା ସମାଜର ପ୍ରଗତିର ରଥକୁ ଆଗକୁ ବଢାଏ । ଯେଉଁ ଦେଶ ଯେତେ ଶିକ୍ଷିତ ସେ ଦେଶର ପ୍ରଗତି ସେତେ ଅଧିକ । ଓଡିଶା ତଥା ମୟୂରଭଞ୍ଜ ଜିଲ୍ଲାର ମହାବିଦ୍ୟାଳୟ ମାନଙ୍କରେ ଶିକ୍ଷା , ସୁରକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିପର୍ଯ୍ୟସ୍ତ ଓ ଅନ୍ଧାର ନେଇ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସଦର ମହକୁମା ଦୁର୍ଗାମଣ୍ଡପରେ ଏକ ବିଶାଳ ସମ୍ମିଳନୀ ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାର ୨୨ ରୁ ଉର୍ଦ୍ଧ୍ୱ ମହାବିଦ୍ୟାଳୟର ୨୦୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସମେବେତ ହୋଇଥିଲେ ।ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ୧୧ ଦଫା ଦାବି ନେଇ ରାଇରଙ୍ଗପୁର ସହର ପରିକ୍ରମା କରି ଦୁର୍ଗାମଣ୍ଡପ ଛକରେ ଏକାଠି ହୋଇ ଏକ ପ୍ରତିବାଦ ସଭା କରିଥିଲେ ।ଦାବି ମଧ୍ୟରେ ରାଇରଙ୍ଗପୁର ମହାବିଦ୍ୟାଳୟକୁ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଘୋଷଣା କରିବା, ରାଇରଙ୍ଗପୁରରେ ଜନଜାତି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବା, ପଶ୍ଚିମ ମୟୂରଭଞ୍ଜ ରେ କୃଷି ବିଶ୍ୱ ବିଦ୍ୟାଳୟ,କ୍ରୀଡା ବିଶ୍ୱ ବିଦ୍ୟାଳୟ, ମହାବିଦ୍ୟାଳୟରେ ଆବଶ୍ୟକୀୟ ଅଧ୍ୟାପକ, କର୍ମଚାରୀ,ନୂତନ ଶ୍ରେଣୀ ଗୃହ ନିର୍ମାଣ,ଶୌଚାଳୟ,ସାଇକେଲ ଷ୍ଟାଣ୍ଡ,ଅଣ ଛାତ୍ରଙ୍କୁ ପ୍ରବେଶ ନିଷେଧ,ମହିଳା ହିଂସା ରୋକାଯିବା,ସମସ୍ତ ବିଦ୍ୟାଳୟକୁ ସ୍ଥାୟୀ ପଟ୍ଟା ପ୍ରଦାନ,୪୫ ଦିନରେ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶନ କରିବା ଇତ୍ୟାଦି । ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ନେତା ଚିନ୍ମୟ ବାରିକ, ଚନ୍ଦ୍ର ମୋହନ,ଭୌମିକ ମଣ୍ଡଳ,ଦେବାଶିଷ,ବସୁମତୀ, ଖୁସି ପ୍ରଧାନ,ଲିପି,ସାଶ୍ୱତୀ ନାଏକ,ନମିତା,ଶ୍ୱେତାପ୍ରଜ୍ଞା ଗିରି, ପ୍ରମୁଖ ନିଜର ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ ।ରାଇରଙ୍ଗର ଏବିଭିପି ପ୍ରଭାରୀ ଦିବ୍ୟଜ୍ଯୋତି ନନ୍ଦ, ରାଇରଙ୍ଗପୁର ମହାବିଦ୍ୟାଳୟର ଲିଙ୍ଗରାଜ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମ୍ମିଳନୀ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଥିଲା

Leave a Reply